ମାଁ ତାରିଣୀଙ୍କ ପୂଜାର୍ଚ୍ଚନାରୁ ନବବର୍ଷ ୨୦୨୬ ର ଆରମ୍ଭ

ମାଁ ତାରିଣୀଙ୍କ ପୂଜାର୍ଚ୍ଚନାରୁ ନବବର୍ଷ ୨୦୨୬ ର ଆରମ୍ଭ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଆନନ୍ଦ ନଗର ସ୍ଥିତ ମାଁ ତାରିଣୀ ପୀଠରେ ଭକ୍ତିପୂତ ପୂଜାର୍ଚ୍ଚନା କରି ଭକ୍ତଗଣ ଇଂରାଜୀ ନବବର୍ଷ ୨୦୨୬ ର ଶୁଭାରମ୍ଭ କରାଯାଇଛି । ନବଦିନାତ୍ମକ ସକାଳେ କର୍ତ୍ତା ଦମ୍ପତି ହରେକୃଷ୍ଣ ସେନାପତି ଓ ସୌଦାମିନୀ ସେନାପତିଙ୍କ ସହିତ ପଣ୍ଡିତ ମଣ୍ଟୁ ସାବତଙ୍କ ପୌରୋହିତ୍ୟରେ ଭବ୍ୟ ପୂଜା ଓ ହୋମ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ଜଗଦୀଶ ମହାପାତ୍ର, ମୋତିଲାଲ ମେହେର, ଯୋଗେଶ ଚନ୍ଦ୍ର ମେହେର, କ୍ଷୀରସିନ୍ଧୁ ମେହେର, ଅଜିତ କୁମାର ସାହୁ, ଶ୍ରୀମତୀ ଆନନ୍ଦିନୀ ସେନାପତି, ସୁଶ୍ରୀ ଲିସା ସ୍ଵାଇଁ, କୈବର୍ତ୍ତ ଓ ଲିଲିମା ସ୍ୱାଇଁ, ଅଲେଖ ଓ ବିଜୟିନୀ ପଧାନ, ବ୍ରଜରାଜ ଓ ସନ୍ଧ୍ୟାରାଣୀ ମହାଣା, ଦୁର୍ବାଦଳ ଓ ପୂର୍ଣ୍ଣିମା ମେହେର, ପ୍ରେମରାଜ ଓ ସୀତାରାଣୀ ପଟେଲ ପ୍ରମୁଖ ଉପସ୍ଥିତ ରହି ନବବର୍ଷଟି ଶୁଭ ଅନୁକୂଳ ସମୟାନୁବର୍ତ୍ତିତାରେ ଭଲ ଭାବରେ ଜଗତର କଲ୍ୟାଣରେ ଅତିବାହିତ ହେଉ ଏବଂ ଆଗାମୀ ଜାନୁୟାରୀ ୧୯ ରୁ ୨୩ ପର୍ଯ୍ୟନ୍ତ ହେବାୁୁ ଥିବା ମାଁ ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁଭରେ ଶୁଭରେ ସମ୍ପନ୍ନ ହେଉ ବୋଲି ପ୍ରାର୍ଥନା କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top