ମାଁ ତାରିଣୀ ପୀଠରେ ମଙ୍ଗଳବାର ପୂଜା

ମାଁ ତାରିଣୀ ପୀଠରେ ମଙ୍ଗଳବାର ପୂଜା

ବିଜେପୁର/ବରଗଡ : ଅଦ୍ୟ ତା.୧୮.୦୩.୨୦୨୫ ଚୈତ୍ର କୃଷ୍ଣପକ୍ଷ ଚତୁର୍ଥୀ, ମାସର ପ୍ରଥମ ମଙ୍ଗଳବାର ସନ୍ଧ୍ୟାରେ ମାଁ ତାରିଣୀ ପୀଠ ବିଜେପୁର ଆନନ୍ଦନଗରଠାରେ ପୂଜାର୍ଚ୍ଚନା ଯଥାରୀତି ସମାପନ ହୋଇଯାଇଛି । ପଣ୍ଡିତ ମଣ୍ଟୁ ସାବତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ଶ୍ରୀ ହରେକୃଷ୍ଣ ସେନାପତି ଓ ଶ୍ରୀମତୀ ସୌଦାମିନୀ ସେନାପତି ଦମ୍ପତି କର୍ତ୍ତା ଦାୟିତ୍ବ ତୁଲାଇଥିଲେ । ବହୁ ସଂଖ୍ୟାରେ ଭକ୍ତଗଣଙ୍କ ସମାବେଶ ହୋଇଥିବା ବେଳେ ଶ୍ରୀ ଖୁନ୍ଦୁଲୁ ସମରଥ, ରମେଶ ସାହୁ, ହରିହର ମହାକୁର, ପ୍ରେମରାଜ ପଟେଲ, ଗିରିଧାରୀ ଦାଶ, ପଦ୍ମନ ଝାଙ୍କର, ସୁଦାମ ଖରସେଲ ପ୍ରମୁଖ ସହଯୋଗ କରିଥିଲେ । ଚୈତ୍ରମାସର ପ୍ରତି ମଙ୍ଗଳବାର ପୂଜା ଓ ହୋମ ହେବା ସାଙ୍ଗକୁ ଆସନ୍ତା ଅପ୍ରେଲ ମାସ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମାଁ’ଙ୍କର ଚୈତ୍ର ପର୍ବ ଧୂମ୍ ଧାମରେ ପାଳନ କରାଯିବ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ ।

Leave a Comment

Your email address will not be published. Required fields are marked *

Scroll to Top