

ମାଁ ତାରିଣୀଙ୍କ ନବରାତ୍ର ଉତ୍ସବ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଆନନ୍ଦନଗର ସ୍ଥିତ ମାଁ ତାରିଣୀ ପୀଠରେ ଶାରଦୀୟ ନବରାତ୍ର ପୂଜା ଉପଲକ୍ଷେ ଆଜି ପବିତ୍ର ମହାଳୟା ସନ୍ଧ୍ୟାରେ ବିଲ୍ବବରଣ କରାଯାଇଛି। ପରେ ମହାସମାରୋହରେ ବୀରବାଦ୍ୟ ସାଙ୍ଗକୁ ଶଙ୍ଖଘଣ୍ଟ ସହିତ ଦାମୋଦର କଟାରୁ ଦେବାଦେବୀଙ୍କ ବରଣ ପୂର୍ବକ ପୂର୍ଣ୍ଣ କଳସ ଆଣି ଦେବୀଙ୍କ ପୀଠରେ ସ୍ଥାପନ କରାଯାଇଛି । କର୍ତ୍ତା ଭାବରେ ଶ୍ରୀଯୁକ୍ତ ହରେକୃଷ୍ଣ ସେନାପତି ଓ ଶ୍ରୀମତୀ ସୌଦାମିନୀ ସେନାପତି ଦାୟିତ୍ବ ତୁଲାଉଥିବା ଅନ୍ୟମେନେ ସହଯୋଗ କରୁଛନ୍ତି । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୨ ସକାଳ ୮ଘଣ୍ଟାରୁ ପୂଜା ଆରମ୍ଭ ହୋଇ ୧୦ ତାରିଖ ଅପରାହ୍ନ ୫ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ହେବ ଓ ପ୍ରତ୍ୟହ ବିଧିପୂଜା ଓ ହୋମ ସାଙ୍ଗକୁ ୩୦ ସେପ୍ଟେମ୍ବର ୨୦୨୫ ମଙ୍ଗଳବାର ଦିନ ଜୁଗାର ଯାତ୍ରା ହେବ ବୋଲି କମିଟି ତରଫରୁ ସୂଠନା ଦେଇଛନ୍ତି ।



