

ମାଁ ତାରିଣୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ
ବରଗଡ/ବିଜେପୁର :: ବରଗଡ ଜିଲ୍ଲା ବିଜେପୁର ଆନନ୍ଦ ନଗର ତାରିଣୀ ମନ୍ଦିର ଠାରେ ତା ୧୫ ୦୧ ୨୦୨୩ ଗୁରୁବାର ସନ୍ଧ୍ୟା ୬ ଘଣ୍ଟା ସମୟରେ “ମାଁ ତାରିଣୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସାଙ୍ଗକୁ ଶ୍ରୀ ହନୁମାନଙ୍କର ବିଗ୍ରହ ପ୍ରତିଷ୍ଠା ମହୋତ୍ସବ” ଉପଲକ୍ଷେ ବିଧି ପୂଜା ସହିତ ଅଙ୍କୁରାରୋପଣ ପରେ ଏକ ପ୍ରସ୍ତୁତି ବୈଠକ ଶ୍ରୀଯୁକ୍ତ ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ଗ୍ରାମର ପ୍ରତ୍ୟେକ ପଡ଼ାରୁ ପ୍ରତିନିଧିମାନେ ଅଂଶଗ୍ରହଣ କରି ଯାତ୍ରାର ସଫଳତା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ମୁଖ୍ୟ ପୂଜକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପୁଜାରୀଙ୍କ ମାର୍ଗ ଦର୍ଶନରେ ମୁଖ୍ୟକର୍ତ୍ତା ହରେକୃଷ୍ଣ ଓ ସୌଦାମିନୀ ସେନାପତି, ଚିତ୍ତରଞ୍ଜନ ଓ ମିନାକ୍ଷୀ ମହାପାତ୍ର, ଶେଷଦେବ ଓ ପଦ୍ମିନୀ ମିଶ୍ର, ରାଜନ ଓ ଗୋଦାବରୀ ମେହେର, ଯୋଗେଶ ଚନ୍ଦ୍ର ଓ ବିନୋଦିନୀ ମେହେର, ଯୁଧିଷ୍ଠିର ରଣା, ବିଶ୍ବନାଥ ମାହାଣା ଏବଂ ବ୍ରଜରାଜ ମାହାଣା ଆଜ୍ଞାମାଳ ଆଣିବା ପାଇଁ ୧୬ ତାରିଖ ଶୁକ୍ରବାର ଭୋର୍ ୫ଟା ରୁ ବାହାରି “ଘଟଗାଁ ତାରିଣୀ” ଅଭିମୁଖେ ଯାତ୍ରା କରିବେ । ୧୭ ତାରିଖ ଶନିବାର ଅପରାହ୍ନରେ ସେମାନେ ବିଜେପୁର ଫେରିଲା ପରେ ଉପର ପଡ଼ା କ୍ଲବଠାରେ ମାଁ’ଙ୍କ ଆଜ୍ଞାମାଳକୁ ଭବ୍ୟ ସ୍ବାଗତ କରାଯିବ । ଗଣ୍ଡାବଜା, ସଂକୀର୍ତ୍ତନ୍ୟ, ଶଙ୍ଖଘଣ୍ଟ ସହିତ ବିଜେପୁର ବସ୍ତିର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ବାହାରି ପ୍ରତିଷ୍ଠା ସ୍ଥାନକୁ ଅଣାଯିବ। ଆଜ୍ଞାମାଳକୁ ସ୍ବାଛଗତ ପାଇଁ ପ୍ରତି ଦ୍ବାେର ସମ୍ମୁଖରେ ଦୀପ କଳସ ବସାଯିବ । ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦାନ କରିବା ନିମନ୍ତେ ମନ୍ଦିର କମିଟୀ ଅନୁରୋଧ କରିଛନ୍ତି।



