ଏମ୍.ଶ୍ରୀଗିଡା ୟୁ.ପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

Oplus_131072

ଏମ୍.ଶ୍ରୀଗିଡା ୟୁ.ପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍.ଶ୍ରୀଗିଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ ହୋଇଯାଇଛି , ପ୍ରଧାନ ଶିକ୍ଷକ କୈଳାସ ରାଜହଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସି.ଆର୍.ସି.ସି ସୀତାରାମ ଦୀପ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଅଧ୍ୟୟନ ପୀପାସୁ ହେବାକୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ପ୍ରଭାତ ମିଶ୍ର, ସ୍କୁଲ ଚେୟାରମେନ ପ୍ରେମାନନ୍ଦ ମେହେର ପ୍ରମୁଖ ଯୋଗଦେଇ ଗୁରୁଜନଙ୍କ ଆଶୀର୍ବାଦ କାମନା ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦାୟୀ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀଗଣ ଉପଢୌକନ ପ୍ରଦାନ କରିଥିଲେ । ସେହିପରି ବିଦାୟୀ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ତାଙ୍କ ପକ୍ଷରୁ ଉପହାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top