ଏମ୍.ଗଣ୍ଡପାଲି ୫୧ ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଏମ୍.ଗଣ୍ଡପାଲି ୫୧ ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍.ଗଣ୍ଡପାଲି ଅମରଦୀପ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମ ପଡିଆରେ ଏମ୍.ଗଣ୍ଡପାଲି ୫୧ ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଜାରିଂ ଭୋଜପୁରୀ, ବିଜେପୁର, ବରଗଡ, କନାପାଲି, ବରଗାଁ, ଧୁବାପାଲି, ଏମ୍.ଗଣ୍ଡପାଲି ପ୍ରମୁଖ ଆଠ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମୃତଧାରା ନର୍ସିଂ ହୋମର ଯଶୋବନ୍ତ ମେହେର ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ କରିଥିବା ବେଳେ ଅନଙ୍ଗ ବାରିକ, କିର୍ତ୍ତିଚନ୍ଦ୍ର ସାହୁ, ହେମଚନ୍ଦ୍ର ସାହୁ, ପ୍ରମୋଦ ପଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଉଦଯାପନୀ ଉତ୍ସବରେ ସ୍ଥାନୀୟ ଓଏଭି ର ବିଜ୍ଞାନ ଶିକ୍ଷକ ଜୟନ୍ତ ଠାକୁର, ପୂର୍ବତନ ଖେଳାଳୀ ତଥା ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁମ୍ବାଇର ମୁଖ୍ୟ ପରିଚାଳନକ ସନାତନ ସାହୁ, ପୂର୍ବତନ ଖେଳାଳୀ ତଥା ସରକଣ୍ଡା ହାଇସ୍କୁଲ କ୍ରୀଡା ଶିକ୍ଷକ ଅନଙ୍ଗରାଜ ବାରିକ ତଥା ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଗହଣରେ ପ୍ରତିଭା ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଟ୍ରାଇବ୍ରେକର୍ ଜରିଆରେ ୩-୨ ଗୋଲରେ ଚୂଡାନ୍ତ ନିଷ୍ପତ୍ତି ନିର୍ଦ୍ଧିରିତ ହୋଇଥିବା ବେଳେ ଖେଳରେ ବରଗଡ ଦଳ ବିଜେତା ଭାବେ ଘୋଷିତ ହୋଇ ଟ୍ରଫି ସହ ୫୦୦୦ ଟଙ୍କା ପୁରଷ୍କାର ରାଶି ଏବଂ କନାପାଲି ଦଳ ଉପ-ବିଜେତା ଭାବେ ଘୋଷିତ ହୋଇ ଟ୍ରଫି ସହିତ ୩୦୦୦ ଟଙ୍କା ପୁରଷ୍କାର ରାଶି ସସମ୍ମାନେ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ ।

ସାରାଦିନ ପରିଚାଳିତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ କରୁଣାକର ପଧାନ, ଆଜାଦ୍ ପଧାନ, ଆର୍ତ୍ତ ସାହୁ, ବେଣୁଧର ତାଣ୍ଡି, ରିଙ୍କୁ ପଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଋଷୁଭ ବିଶି ଓ ଟଙ୍କଧର ମଟାରୀ ଉଦଘୋଷକ ଭାବେ ଦାୟିତ୍ବ ତୁଳାଇଥିଲେ ଓ ସମଗ୍ର କାର୍ଯ୍ୟକ୍ରମରେ ପରେଶ ପଧାନ, ବିରାଟ ବନଛୋର୍ ସମେତ ସଂଘର ସଦସ୍ୟଗଣ ସହଯୋଗ କରିଥିଲେ । ଆଗାମୀ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇଦିନିଆଁ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉପରୋକ୍ତ ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଚୂଡାନ୍ତ ହୋଇଥିବା ବେଳେ ଉକ୍ତ ଦିନ ଅସଂଖ୍ୟ କ୍ରୀଡା ପ୍ରେମୀ ଉପସ୍ଥିତ ରହି ସଫଳ କରିବେ ବୋଲି ଅମରଦୀପ ଯୁବକ ସଂଘ, ଏମ୍.ଗଣ୍ଡପାଲି ତରଫରୁ ଅନୁରୋଧ କରାଯାଇଛି ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top