

ଲିଟିଲ୍ ଷ୍ଟାର୍ ପବ୍ଲିକ୍ ସ୍କୁଲରେ ଗୁରୁଦିବସ ଓ ନୂଆଁଖାଇ ଭେଟଘାଟ ପାଳନ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଲିଟିଲ୍ ଷ୍ଟାର୍ ପବ୍ଲିକ୍ ସ୍କୁଲ ପରିସରରେ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଗୁରୁଦିବସ ଏବଂ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପରିଚାଳକ ଦିଲିପ କୁମାର ପଧାନ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସପ୍ନା ସି ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସୁଶ୍ରୀ ହେମାରେଣୁ ମେହେରଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟ, ସଂଗୀତ ପରିବେଷିତ ହୋଇଥିଲା । ଇଂରାଜୀ ମଧ୍ୟାମ ବିଦ୍ୟାଳୟ ହେଲେ ମଧ୍ୟ ସ୍କୁଲରେ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପାଇଁ ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ନୂଆଁଖାଇ ଭେଟଘାଟ ପାଳନ କରାଯାଇଥିଲା । ନୂଆଁଖାଇ ହେଉଛି କୃଷିଭିତ୍ତିକ ଗଣପର୍ବ ଯାହା ଆମର ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ସହିତ ନୂତନ ଫସଲ ପାଇଁ କୃତଜ୍ଞତା ପ୍ରକାଶ କରେ। ଏହି ଅବସରରେ, ଛାତ୍ରମାନଙ୍କୁ ନୂଆଁଖାଇ ପର୍ବର ଗୁରୁତ୍ୱ ଓ ବିଶେଷତ୍ବ ସହିତ ଏହାର ସାଂସ୍କୃତିକ ଗୁରୁତ୍ୱ ବିଷୟରେ ଶିକ୍ଷା ଦିଆଯିବା ସହିତ ନୂଆଁଖାଇ ପର୍ବ ସାମ୍ପ୍ରଦାୟିକ ବନ୍ଧନ, ସମ୍ମାନ ଏବଂ କୃତଜ୍ଞତାର ସମୟ ବୋଲି ବ୍ୟାଖ୍ୟା କରାଯାଇଥିଲା । ସ୍କୁଲରେ ନୂଆଁଖାଇ ଭେଟଘାଟ ପାଳନ କରି ପରମ୍ପରାକୁ ସଂରକ୍ଷଣ କରିବା ଏବଂ ଛାତ୍ରମାନଙ୍କୁ ସେମାନଙ୍କ ମୂଳ ସହିତ ଯୋଡି ହେବାକୁ ଉତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ବେଳେ ଉତ୍ସବଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟ ବିଷୟରେ ଗର୍ବର ଭାବନା ସୃଷ୍ଟି କରିବ ଏବଂ ସେମାନଙ୍କୁ ସେମାନଙ୍କ ସମ୍ପ୍ରଦାୟ ସହିତ ଯୋଡି ରହିବାକୁ ପ୍ରେରଣା ଦେବ ବୋଲି ଆଶା ବ୍ୟକ୍ତ କରନ୍ତି ଅନୁଷ୍ଠାନର କର୍ମକର୍ତ୍ତାଗଣ । ସଭାରେ ସମଜ ପାଇଁ ଉତ୍ସର୍ଗୀ କୃତ ମନୋଭାବ ତଥା ଗୁରୁଭକ୍ତି ଉପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଅମୂଲ୍ୟ ମତବ୍ୟକ୍ତ କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ସୁଶ୍ରୀ ହେମରେଣୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।



