ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

ମେଧାବୀ ଛାତ୍ରୀ ସରିତା ଓ ପରିଧି ସମ୍ବର୍ଦ୍ଧିତ

ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ପ୍ରଧାନ ସେବକ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ସେବକ ନବ କିଶୋର ସାହୁ, ସମ୍ମାନୀତ ଅତିଥି ଭାବେ ଜାରିଂ ସିଆରସିସି ରାଜେଶ୍ବର ବେହେରା, ଜାରିଂ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ, ସ୍କୁଲ ଚେୟାରମେନ ବୀଣା ମଲ୍ଲିକ, ସରସ୍ବତୀ ଭୋସାଗର, ତିଳୋତ୍ତମା ବରିହା, ମନୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁଙ୍କ ପ୍ରଗତି ପାଇଁ ଗୁରୁଜନଙ୍କ ପ୍ରେରଣା ତଥା ଆଶୀର୍ବାଦ ଏକାନ୍ତ ଆବଶ୍ୟକ । ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମିତ୍ତ ମାତାପିତା ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ ସେବାଶ୍ରମର ଛାତ୍ରୀ ସରିତା ନାଏକ ନିମ୍ନ ପ୍ରାଥମିକ ବୃତ୍ତି ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ବେଳେ ପ୍ରାଥମିକ ବୃତ୍ତି ପରୀକ୍ଷାରେ ଛାତ୍ରୀ ପରିଧି ନାଏକ ବ୍ଲକ ସ୍ତରରେ ତୃତୀୟ ହୋଇଥିବାରୁ ଉଭୟଙ୍କୁ ସ୍ବତନ୍ତ୍ର ଭାବେ ସେମାନଙ୍କ ଅଭିଭାବକଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ଟିକେଶ୍ବରୀ ସେଠ ସଭାକୁ ସଂଯୋଜନା କରିଥିଲେ ଓ ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀଗଣ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top