ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

Oplus_131072

ମେଧାବୀ ଛାତ୍ରୀ ପ୍ରୀତି ରଣା ସମ୍ବର୍ଦ୍ଧିତ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସି.ଆର୍.ସି.ସି ରାଜେଶ୍ବର ବେହେରା, ଜାରିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ, ସ୍କୁଲର ଚେୟାରମେନ ବୀଣାପାଣି ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅପୂର୍ଣ୍ଣତା ହିଁ ପୂର୍ଣ୍ଣତାର ମାର୍ଗଦର୍ଶକ ହୋଇଥିବା ହେତୁ ନିଜକୁ ଅପୂର୍ଣ୍ଣ ପାତ୍ର ମନେ କରି ସାଧନା ଓ ଅଧ୍ୟବସାୟ ଜାରି ରଖିଥିଲେ ସଫଳତା ସୁନିଶ୍ଚିତ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ଓ ଶିକ୍ଷୟିତ୍ରୀ ଟିକେଶ୍ବରୀ ସେଠ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଗତ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ପ୍ରୀତି ରଣାଙ୍କୁ ତାଙ୍କ ମାତାଙ୍କ ଗହଣରେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ବାର୍ଷିକ କ୍ରୀଡା ଓ ପ୍ରବନ୍ଧ, ବକୃତା,ଗଳ୍ପ କଥନ ଆଦି ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top