ଲାଉମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଶୁକ୍ରବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଲାଉମୁଣ୍ଡା ଠାରେ ଶୁକ୍ରବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୟାନନ୍ଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଶତପଥି , ସମ୍ମାନାତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ମହାନନ୍ଦ ଓ ଦିଲ୍ଲୀପ କୁମାର ହୋତା, କୁର୍କୁଟା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମରାଜ ପଧାନ, ସି.ଆର୍.ସି ପ୍ରକାଶ ମହାନନ୍ଦ ଉପସ୍ଥିତ ରହି ଅମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ପ୍ରତାପ କବାଟଙ୍କ ସମେତ କମିଟୀର ସଭ୍ୟ/ସଭ୍ୟାମାନେ ସାମିଲ ଥିଲେ । ଶିକ୍ଷକ ମନୋଜ ସାହୁ ଅତିଥିଗଣଙ୍କୁ ପରିଚୟ କରାଇଥିଲେ । ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ପାଣ୍ଡବ ବରିହା, ,ବୃଷାଭାନୁ ମେହେର ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଇତିଶ୍ରୀ ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ ।



