ଲାଉମୁଣ୍ଡା ହାଇସ୍କୁଲର ବାର୍ଷିକୋତ୍ସବ ଓ କ୍ରୀଡା ଉତ୍ସବ

ଲାଉମୁଣ୍ଡା ହାଇସ୍କୁଲର ବାର୍ଷିକୋତ୍ସବ ଓ କ୍ରୀଡା ଉତ୍ସବ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯଯାତୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ଉପସ୍ଥିତ ଥିବା ବେଳେ ସମ୍ମାନୀ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସରୋଜ ବିଶ୍ବାଳ, ଗୋଷ୍ଠୀ ଶିକ୍ଷାଧୀକାରୀ ଶ୍ରୀଯୁକ୍ତ ବଲ୍ଲଭ ମେହେର, ବରପାଲି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ନାରାୟଣ ଭୁଏ, ଏସ୍.ଏମ୍.ସି ଚେୟାରପର୍ସନ୍ ଶ୍ରୀଯୁକ୍ତ ରଣଜିତ ମେହେର, ପୂରାତନ ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ଆନନ୍ଦ ମହାପାତ୍ର ଏବଂ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ଶତପଥୀ ଓ ଦିଲିପ ହୋତା ଉପସ୍ଥିତ ଥିଲେ। ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିବରଣୀ ପଠନ, ଶିକ୍ଷକ ଶ୍ରୀ ଜଗଜ୍ଜିବନ ରାମ ଡନସନା ଉଦ୍ଦ୍ୟେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟୀ ସଦସ୍ୟମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଘନଶ୍ୟାମ ଡନସନା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top