ଲଲିତାଦେବୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲଲିତାଦେବୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲଲିତାଦେବୀ ମହିଳା ମହାବିଦ୍ୟାଳୟ, କଟାପାଲି ଠାରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ବର ସେଠଙ୍କ ତତ୍ତ୍ବାବଧାନରେ, ହୃଷୀକେଶ ପୋଢ଼, ବଳିଷ୍ଠ ପୁରୀ, ଏକାଦଶିଆ ବାରିକ, ରୋଜିଶ୍ରୀ ସାହୁ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ ସୁରେନ୍ଦ୍ର କୁମାର ପୋଢ଼, ବିକାଶ ଚନ୍ଦ୍ର ବାଗ, ବିଶ୍ବଜିତ ସେଠ, ହରିଶ ସାହୁ, ତପସ୍ବିନୀ ସାହୁ ଆଦି କର୍ମଚାରୀଙ୍କ ସମେତ ମହାବିଦ୍ୟାଳୟର ଛାତ୍ରୀ ମାନେ ଏଥିରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଁଳା, ଦେବଦାରୁ, ପିଜୁଳି, କୃଷ୍ଣଚୂଡ଼ା ଆଦି ପ୍ରାୟ ୫୦ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା । ପରେ ଅନୁଷ୍ଠିତ ସଭାରେ ଅଧ୍ୟାପକ/ଆଧ୍ୟାପିକାଗଣ ବୃକ୍ଷରୋପଣର ଉପକାରିତା, ଉପାଦେୟତା ଓ ଏହାର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରୀଗଣଙ୍କୁ ଆଲୋଚନା ପୂର୍ବକ ଅବଗତ କରିଥିଲେ । ଶେଷରେ ଅଧ୍ୟାପକ ହୃଷୀକେଶ ପୋଢ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

1 thought on “ଲଲିତାଦେବୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ”

Leave a Comment

Your email address will not be published. Required fields are marked *

Scroll to Top