କର୍କୁଟାରେ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ

କର୍କୁଟାରେ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ବିଜେପୁର : ସହର ନଗର ନିର୍ବିଶେଷରେ ଏବେ ଗ୍ରାମାଞ୍ଚଳରେ ମଧ୍ୟ ଜନ୍ମଦିନ ପାଳନ କରାଯାଉଥିବା ବେଳେ ବରଗଡ ଜିଲ୍ଲା ବିଜେପୁର ବ୍ଲକ କୁର୍କୁଟା ଗ୍ରାମର ବଡକଟା ହିଡରେ ବୃକ୍ଷରୋପଣ କରି ୧୧ ବର୍ଷିୟ ଅର୍ପିତା ବାଗଙ୍କ ଜନ୍ମଦିନ ବଡ ଉତ୍ସାହର ସହିତ ପାଳନ କରାଯାଇଥିଛି । ଜ୍ୟେଷ୍ଠା କନ୍ୟା ଅର୍ପିତା ବାଗଙ୍କ ସହିତ ଅନନ୍ତ ବାଗ ଓ ଯଶୋଦା ବାଗ ଏହି ଦମ୍ପତ୍ତିଙ୍କ ଜାଆଁଳା ସନ୍ତାନ ଅମ୍ରିତା ଓ ଆଦର୍ଶକୁ ନେଇ ସୁଖ ଦଃଖରେ ଚାଳିଛି ତାଙ୍କର ସଂସାର । ସନ୍ତାନ ମାନଙ୍କୁ ପାଠ ପଢାଇ ଭଳ ମଣିଷ ତିଆାରି କରିବା ପ୍ରୟାସରେ କାଳ ଅତିବାହିତ କରୁଛନ୍ତି ଏମାନେ ।

ସେଥିପାଇଁ ସନ୍ତାନ ମାନଙ୍କୁ ଉତ୍ସାହିତ କରିବାକୁ ବୃକ୍ଷରୋପଣ କରି ଆଜି ଏହି ଜନ୍ମଦିନକୁ ପାଳନ କରିଛନ୍ତି । ବାର୍ଥଡେ କେକ୍ କାଟି ସାରଲା ପରେ ନିମନ୍ତ୍ରୀତ ହୋଇ ଆସିଥିବା ସମସ୍ତ ବନ୍ଧୁ, ସମ୍ପର୍କୀୟଙ୍କ ସମେତ ସପରିବାର ଓ ପଡାବାସୀ ସମସ୍ତେ ମିଶି ଏକା ଥରକୁ ମଧ୍ୟାହ୍ନ ଭୋଜନ ସାରିବା ପରେ ଅର୍ପିତାକୁ ଆଶିର୍ବାଦ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top