କ୍ଷେତରପଡା ସ୍କୁଲର ବାର୍ଷିକୋତ୍ସବ

ମାତାପିତାଙ୍କ ଆଶିଷ ବିନା ପ୍ରଗତି ଅସମ୍ଭବ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟରର କ୍ଷେତରପପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ସୌଦାମିନୀ ମାଝୀଙ୍କ ଆବାହକତ୍ବ ତଥା ସ୍କୁଲ ଚେୟାରମେନ ରାଜେଶ ପଟେଲ ଅଧ୍ୟକ୍ଷତାରେ ସମ୍ମାନୀୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ଦିବାକର ବରିହା, ସୁଶାନ୍ତ ପାଣ୍ଡେ, ଅବସରପ୍ରାପ୍ତ ବିନିକା ବିଇଓ ଘନଶ୍ୟାମ ସାହୁ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ, ସରପଞ୍ଚଙ୍କ ପ୍ରତିନିଧି କର୍ଣ୍ଣ ବିଭାର, ସାମାଜିକକର୍ମୀ ପଙ୍କଜିନୀ ଦନ୍ତା ଏବଂ ମୁଖ୍ୟବକ୍ତା ଭାବେ ଜାରିଂ ସିଆରସିସି ରାଜେଶ୍ବର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମାତାପିତାଙ୍କ ଆଶୀର୍ବାଦ ବିନା ପ୍ରଗତି ଅସମ୍ଭବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ, ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ସଭାକୁ ସଂଯୋଜନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମାଝୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ନବୋଦୟ, ବୃତ୍ତି, ଆଦର୍ଶ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ଦେଇ ଅତିଥିଗଣ ପୁରସ୍କୃତ କରିଥିଲେ । ପୃଥ୍ୱୀରାଜ ବାରିକ, ଦୁଷ୍ମନ୍ତ ମିଶ୍ର, ସିଆରସିସି ପ୍ରଭାତ ରଞ୍ଜନ ସାହୁ, ତ୍ରିନାଥ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଧର୍ମ ସାହୁ, ସତ୍ୟଭାମା ପାତ୍ର, ରତ୍ନ ଭୋଇଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟାଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top