କୋଶଳିଆ ମାଳି ସମାଜ ସମ୍ପାଦକଙ୍କ ଶୁଦ୍ଧିକ୍ରିୟା ଅବସରରେ ଶୋକସଭା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକର କୋଶଳିଆ ମାଳୀ ସମାଜ ସଂପାଦକ ତଥା ଖରମୁଣ୍ଡା ନିବାସୀ ପଞ୍ଚାନନ ଚୌଧୁରୀଙ୍କ ଅକାଳ ବିୟୋଗ ହୋଯାଈଛି । ତାଙ୍କ ଶୁଦ୍ଧିକ୍ରିୟା ଉପଲକ୍ଷେ ତାଙ୍କ ବାସଭବନରେ ସଂଗଠନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରହଲ୍ଲାଦ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଶୋକସଭାରେ ଶ୍ରୀଯୁକ୍ତ ବିଶ୍ବମିତ୍ର ପଟେଲ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୀଷ୍ମଦେବ ପଟେଲ, ଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ଷଡଙ୍ଗୀଙ୍କ ସମେତ ଦୂରଦୂରାନ୍ତରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିଗଣ ସ୍ବର୍ଗତ ପଟେଲଙ୍କ ଅମର ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ନାବାଳକ ପୁତ୍ର, ବିଧବା ପତ୍ନୀ ତଥା ପରିବାରବର୍ଗଙ୍କୁ ସମସ୍ତେ ଶାନ୍ତ୍ବନା ପ୍ରଦାନ କରିଥିଲେ । ଉକ୍ତ ସଭା କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମରାଜ ପଟେଲ ପରିଚାଳନା କରିଥିଲେ ।



