

କୋଶଳୀଆ ମାଳୀ ସମାଜର ସାଙ୍ଗଠନିକ ବୈଠକ
ବରଗଡ : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ବୁଢିମାଲ ଗ୍ରାମ ସ୍ଥିତ ଏକ ବଗିଚାର ରମଣୀୟ ପ୍ରାକୃତିକ ପରିବେଶରେ ତା.୧୬.୦୨.୨୦୨୫ ରବିବାର ଦିନ ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୀଷ୍ମଦେବ ପଟେଲଙ୍କ ଅଧ୍ୟକ୍ଷତାରେ କୋଶଳିଆ ମାଳୀ ସମାଜର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟ ଦେବତା ଶ୍ରୀ ଶ୍ରୀ କୋଶଳେଶ୍ବର ମହାଦେବଙ୍କ ପୂଜାର୍ଚ୍ଚନା ପରେ ବୈଠକ ପ୍ରାରମ୍ଭରେ ଅଞ୍ଚଳ ସ୍ତରରୁ ରାଜ୍ୟ ସ୍ତରୀୟ ସଂଗଠନ ଗୁଡ଼ିକର ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଉପରେ ସଭାପତି ଆଲୋକପାତ କରିଥିଲେ । ତାଙ୍କ ପ୍ରସ୍ତାବ କ୍ରମେ ଗତ ମାସ ସ୍ବର୍ଗାରୋହଣ କରିଥିବା "ରାଜ୍ୟ କୋଶଳିଆ ମାଳୀ ସମାଜ ବିକାଶ ପରିଷଦ" ର ପ୍ରତିଷ୍ଠାତା ସଭାପତି ଶେଷଦେବ ପୁଟେଲଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ସମୟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବୁଢିମାଲ ଅଞ୍ଚଳ ତରଫରୁ ବଣାଇପାଲି ଗ୍ରାମର ବୟୋଜ୍ୟେଷ୍ଠ ସାମାଜିକ କର୍ମୀ ବୁଡୁ ପଟେଲଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମକର୍ତ୍ତା - ଜିଲ୍ଲା ସଭାପତି ଭୀଷ୍ମଦେବ, ଉପ-ସଭାପତି ସୁବଳ, ସମ୍ପାଦକ ଶାନ୍ତନୁ ପଟେଲ ତଥା ବରପାଲି ଅଞ୍ଚଳରୁ ଗଙ୍ଗାଧର, ବିଜେପୁରରୁ ନିର୍ମଳ, ପ୍ରହଲ୍ଲାଦ ଓ ପ୍ରେମରାଜ, ଘେଁସରୁ ଦୟାନିଧି, ଗାଇସିଲେଟରୁ ପ୍ରବୀଣ, ପଦ୍ମପୁରରୁ ଲୋକନାଥ, ଧୂମାଭଟାରୁ ଲଳିତ, ପାଇକମାଲରୁ ଅଶ୍ବିନୀ ଓ ସନ୍ତୋଷ, ଝାରବନ୍ଧରୁ ରାଜେନ୍ଦ୍ର ପଟେଲଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବୁଡିମାଲ ଅଞ୍ଚଳ କମିଟୀ ପୁନର୍ଗଠନ ପାଇଁ ଜଗଦୀଶ ପଟେଲ ପ୍ରସ୍ତାବ ଦେଇଥିବା ବେଳେ ଏହା ଉପରେ ଆଲୋଚନା ହୋଇ ସର୍ବ ସମ୍ମତି କ୍ରମେ ଅଲେଖ ପଟେଲଙ୍କ ନେତୃତ୍ୱରେ କାମ କରୁଥିବା ସମ୍ପୂର୍ଣ୍ଣ କମିଟୀକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ମନୋନୀତ କରାଗଲା । ଜିଲ୍ଲା ସଭାପତି ନବ ଗଠିତ କମିଟୀକୁ ସମାଜ ସମ୍ବିଧାନ ଅନୁସାରେ ଦାୟିତ୍ବ ଓ କର୍ତ୍ତବ୍ୟ ପାଳନ ନିମିତ୍ତ ଶପଥ ପାଠ କରାଯଇଥିଲା । ସଭାର ଶେଷ କାର୍ଯ୍ୟକ୍ରମରେ ବିଜେପୁର ଓ ପାଇକମାଲ ଅଞ୍ଚଳର ବିବାହିତ ଦମ୍ପତିଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା ।





