ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନୁର୍ଗତ ଖୁଣ୍ଟପାଲି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉତ୍ସାହର ଓ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ଏସ୍.ଏମ୍.ସି ଚେୟାରପର୍ସନ୍ ଗଣ୍ଡାରାମ ସାହା ଜାତୀୟ ପତାକା ଉତ୍ତୋଳନ କରିବା ପରେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାୟନ କରାଯାଇଥିଲା । ଉପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଭାରତ ମାତା ତଥା ସହୀଦ ବୀର ପୁରୁଷଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରିଥିଲେ । ମାତୃଭୂମି ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ନୃତ୍ୟଗୁରୁ ସମରୁ ମେହେର, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଉପସ୍ଥିତ ଥିଲେ । ଭାରତୀୟ ସମ୍ବିଧାନର ମୂଲ୍ୟବୋଧ ଓ ନାଗରିକଙ୍କ କର୍ତ୍ତବ୍ୟ ଉପରେ ଅତିଥିଗଣ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବିଭିନ୍ନ ଦେଶାତ୍ମବୋଧକ, ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ଗିରିଙ୍କ ସକ୍ରିୟ ନେତୃତ୍ବ, ଯୋଜନା ଓ ସୁପରିଚାଳନାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପଳନରେ ଶିକ୍ଷକ ଓ ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗ ଅନୁକରଣୀୟ ନିଶ୍ଚୟ ।

Leave a Comment

Your email address will not be published. Required fields are marked *

Scroll to Top