ଖରମୁଣ୍ଡାରେ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର

ଖରମୁଣ୍ଡାରେ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାପୁଜୀ ହାଇସ୍କୁଲ ଖରମୁଣ୍ଡା ପରିସରରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏବଂ ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମହେନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ସମ୍ମାନୀତ ଅତିଥି ଭାବେ ଏସ୍,ଏମ୍,ସି ଚେୟାରପର୍ସନ୍ ନଳୀନ ଗଡତିଆ ଉପସ୍ଥିତ ରହି ସମୁଚିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ହେମନ୍ତ କୁମାର ସାମଲ ଉଦ୍ଦେଶ୍ୟ ଜ୍ଞାପନ ସହିତ ଜିଲ୍ଲାରେ ରେଡକ୍ରସର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । ମହେନ୍ଦ୍ର ଆଚାର୍ଯ୍ୟ, ସେବାବିନିମୟୀ ଯୁକ୍ତା ବାରିକ ଓ ମନୋହର ଦାଶ ପ୍ରମୁଖ ଆର୍ ପି ଭାବେ ଦାୟୀତ୍ବ ବହନ କରି ରେଡକ୍ରସର ସପ୍ତ ନୀତି, ପ୍ରାଥମିକ ଚିକିତ୍ସା, ଏଚ ଆଇ ଭି ଏଡ୍ସ ସଚେତନତା ଅଭିଯାନ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ଉପସ୍ଥିତ କାଉନସିଲର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଶିବିରରେ ବିଜେପୁର, ଗାଇସିଲେଟ ଓ ସୋହେଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୭୦ ରୁ ଅଧିକ ଜୁନିଅର କାଉନସେଲର୍ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଅଜିତ କୁମାର ସାହୁ ପରିଚାଳନା କରିଥିଲେ । ଶେଷରେ ପଞ୍ଚାନନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top