

ଜୁନିୟର୍ସ ମାନଙ୍କ ମାଧ୍ୟମରେ ଅନ୍ୟମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ହାଇସ୍କୁଲ ଠାରେ ବରଗଡ ଜିଲ୍ଲା ଜୁନିୟର ରେଡକ୍ରସ୍ ତରଫରୁ ଏକ ପ୍ରାଥମିକ ଉପଚାର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ବରଗଡ ଜିଲ୍ଲା ଜେଆରସିଓ ହେମନ୍ତ ସାମଲ ସାଧନକର୍ମୀ ସେବା ବିନିମୟୀ ବାରିକ, ସୋନପୁର ଜିଲ୍ଲା ଜେଆରସିଓ ରବିଚନ୍ଦ୍ର ପଶାୟତ, ସାଧନକର୍ମୀ ନିମାଇଁ ଚରଣ ମଲ୍ଲିକ, ରେଡକ୍ରସ୍ ପ୍ରେମୀ ସନୟ ମେହେର, ସ୍ଥାନୀୟ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ଜେଆରସିଓ ମହେନ୍ଦ୍ର ଆଚାର୍ଯ୍ୟ, କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ପଧାନ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ଆଜିର ଏହି ଶିବିରର ପ୍ରାଥମିକ ଉପଚାର ତାଳିମ ଛାତ୍ରଛାତ୍ରୀମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ଆସିବ ଏବଂ ଜୁନିୟର୍ସ ମାନଙ୍କ ମାଧ୍ୟମରେ ଅନ୍ୟମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶିବିରରେ ମତ ପ୍ରକାଶ ପାଇଥିଲା । ଶେଷରେ ସହକାରୀ ଶିକ୍ଷକ ଅଜିତ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





