

ଖରମୁଣ୍ଡା ୧୪ ତମ ଗ୍ରାମାଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ହାଇସ୍କୁଲ ପଡିଆରେ ଖରମୁଣ୍ଡା ୧୪ ତମ ଗ୍ରାମାଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୧୬ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡା ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଛଅ ଦିନ ବ୍ୟାପି ଚାଲିଥିବା ଉକ୍ତ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମନୋଜ ପଧାନ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଦ୍ବିତୀୟ ଦିବସରେ ସମିତି ସଭ୍ୟ ସଞ୍ଜିବ ଗଡତିଆ, ତୃତୀୟ ଦିବସରେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମହେନ୍ଦ୍ର ପଧାନଙ୍କ ସହିତ ଧରମ ମଲ୍ଲିକ, ଚତୁର୍ଥ ଦିବସରେ ପୂର୍ବତନ ପ୍ରଧାନ ଶିକ୍ଷକ ସଦାନନ୍ଦ ଷଡଙ୍ଗୀ ଏବଂ ପଞ୍ଚମ ଦିବସରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଆୟୋଜକ ତଥା ଖଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ତିମ ତଥା ଚୂଡାନ୍ତ ଖେଳ ପ୍ରଦର୍ଶନୀ ଦିବସରେ ମୁଖ୍ୟ ଅତିଥି ଭାବେ କୋଶଳ ପରିବାରର ମୁଖ୍ୟ ଡାକ୍ତର ସୁଦାମ ସାହୁ, ସମ୍ପାଦକ ଅଚ୍ୟୁତ ତ୍ରିପାଠୀ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।




ଏମ୍.ଗଣ୍ଡପାଲି ଓ ଲୁହୁରାଚଟି ଫୁଟବଲ ଦଳ ମଧ୍ୟରେ ଚୂଡାନ୍ତ ଖେଳ ପ୍ରତିଯୋଗିତା ଆରମ୍ଭ ହେବାର କିଛି ସମୟରେ ଓଡିଶା ସରକାରଙ୍କ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ରୀତା ସାହୁ ଉପସ୍ଥିତ ରହି ଖେଳାଳୀଙ୍କ ଉତ୍ସାହକୁ ଦ୍ବି-ଗୁଣିତ କରିବା ଫଳାଫଳ ଘୋଷଣା ପରେ ବିଜେତା ଓ ଉପ-ବିଜେତା ଦଳ ସମେତ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଖୋଳୀମାନଙ୍କୁ ପୁରଷ୍କୃତ କରିଥିଲେ । ଚୂଡାନ୍ତ ଖେଳରେ ଏମ୍.ଗଣ୍ଡପାଲି ଦଳ ବିଜୟ ଅକ୍ତିଆର କରି ଟ୍ରଫି ଓ ପୁରଷ୍କାର ଗ୍ରହଣ କରିଥିବା ବେଳେ ଲୁହୁରାଚଟି ଦଳକୁ ଉପ-ବିଜେତା ଘୋଷଣା କରାଯାଇ ଟ୍ରଫି ଓ ପୁରଷ୍କାର ପ୍ରଦାନ କରାଯାଇଥିଲା । ଦୀର୍ଘ ୬ ଦିନ ବ୍ୟାପୀ ପରିଚାଳିତ ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ସଚିଦାନନ୍ଦ ପଧାନ, ଦିଲ୍ଲିପ ପଧାନ, ଗୌରାଙ୍ଗ ପାଣ୍ଡେ, ତରଣୀ ଲୁହା, ଅଜୟ ପଧାନ, ତନ୍ମୟ ତ୍ରିପାଠୀ, ଧରମ ବୁଡେକ, ସ୍ବାଧିନ ମଲ୍ଲିକ ଊତ୍ତମ ଭାବେ ପରିଚାଳନା କରିଥିଲେ ।





