ଖଗେଶ୍ୱର ସାହିତ୍ୟ କଳାପରିଷଦ ଭବନର ଶିଳାନ୍ୟାସ

ଖଗେଶ୍ୱର ସାହିତ୍ୟ କଳାପରିଷଦ ଭବନର ଶିଳାନ୍ୟାସ

ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ଖଗେଶ୍ୱର ସାହିତ୍ୟ କଳାପରିଷଦ ଭବନର ଶିଳାନ୍ୟାସ ବିଜେପୁର ଅଗ୍ନିଶମ ବିଭାଗ ନିକଟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସନତ କୁମାର ଗଡତିୟା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ବିଧାୟକଙ୍କ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ, ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ଉପ-ସଭାପତି ହୃଦମଣି ସାହୁ, ମହେଶ ଦେବତା, ବିଶିକେଶନ ମେହେର, ପ୍ରମୁଖ ମଞ୍ଚାସୀନ ଥିଲେ । ସହ-ସମ୍ପାଦକ ମକରଧ୍ବଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଷମା ଭୋଇ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଆଗାମୀ ଦିନରେ ସାହିତ୍ୟପ୍ରାଣ ଖଗେଶ୍ବର ଶେଠଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ମତପ୍ରକାଶ କରିଥିଲେ । ସମ୍ପାଦକ ରାଜେଶ୍ବର ବେହେରା ସଭାକୁ ସଂଯୋଜନା କରିଥିଲେ ।

ଏହି ଅଞ୍ଚଳର ସ୍ବାଭିମାନ ପାର୍ବତୀ ଗିରି, ଖଗେଶ୍ବର ଶେଠ, ବିଶିଷ୍ଟ କଳାକାର ତୁଳସୀ ପ୍ରସାଦ ଗଡତିୟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିଗରେ ବିହିତ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ସାବିତ୍ରୀ ମେହେର, ଅଧ୍ୟାପିକା ରଶ୍ମି ରେଖା ବାରିକ, ଦେବାଶିଷ ମେହେର, ଈଶ୍ୱର ମେହେର, ଯୁଗେଶ୍ବର ତାଣ୍ଡି, ନୀଳମଣି ମେହେର, ସରୋଜ ପୁରୋହିତ, ଦୁର୍ବାଦଳ ବଡଗୋଛିଆ, ପ୍ରଭାତ ରଂଜନ ସାହୁ, ଚିନ୍ତାମଣି ସାହୁ, ଯୁବରାଜ ଦୀପ ପ୍ରମୁଖ ପରିଷଦର ସଦସ୍ୟ/ସଦସ୍ୟା ସମେତ ସାହିତ୍ୟ, ସଂସ୍କୃତିପ୍ରେମୀ ସିମିଲ ଥିଲେ । ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top