ଖଗେଶ୍ବର ସାହିତ୍ୟ କଳା ପରିଷଦର ବୈଠକ : ୧୮ ଫେବୃୟାରୀରେ ଲୋକାର୍ପିତ ହେବ ମହକେଲ
ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବୈଠକ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଭାପତି ମୋହନ ସିଂ କହ୍ନେଈଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୈଇଯାଇଛି । ସଭେରୃ ପ୍ରାଧ୍ୟାପକ ଡ଼.ପ୍ରଦୀପ କୁମାର ପଧାନ, କବି ରାମ ପ୍ରସାଦ ବାଗ, ଅଧ୍ୟାପକ ଡ.ଚିନ୍ମୟ ସାହୁ, ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, କବି ମକରଧ୍ବଜ ମେହେର, ଜଗତ ଜୀବନ ରାମ ଡନସନା, ଗଜାନନ ସାହୁ, କବ ଦେବାଶିଷ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଗାମୀ ଫେବୃଆରୀ ୧୮ ତାରିଖ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥିରେ ବାର୍ଷିକ ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲ ଲୋକାର୍ପିତ କରିବାକୁ ସଭାରେ ନିଷ୍ପତ୍ତି ହୋଇଥିଲା । ଉକ୍ତ ପତ୍ରିକା ପାଇଁ ନିଜର ଅପ୍ରକାଶିତ ଲେଖା ଜାନୁଆରୀ ୧୯ ସୁଦ୍ଧା ଅନୁଷ୍ଠାନର ମେଲରେ ପଠାଇବା ପାଇଁ କବି ତଥା ଲେଖକମାନଙ୍କୁ ଗଣମାଧ୍ୟମ ଜରିଆରେ ସଂପାଦକ ରାଜେଶ୍ବର ବେହେରା ଜଣାଇଛନ୍ତି। ଶେଷରେ ସହ-ସମ୍ପାଦକ କବି ମକରଧ୍ବଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



