କାଶିପାଲି ୟୁ.ପି ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳନ

କାଶିପାଲି ୟୁ.ପି ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳନ

ଭଟଲି/ବରଗଡ : ବରଗଡ ଜିଲ୍ଲା ଭଟଲି ଶିକ୍ଷା କାର୍ଯାଳୟ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶିପାଲିରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ସେଠଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ଏସ୍.ଏମ୍.ସି ଚେୟାରପର୍ସନ୍ ପବିତ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଫିତା କାଟି ଉଦଘାଟନ କରିଥିଲେ । କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଗ୍ରାମ ସ୍ତରରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ କିପରି ନିଜର ପାରଦର୍ଶିତା ହାସଲ କରି ସୁନାମ ଅର୍ଜନ କରିବେ, ସେଥିପ୍ରତି ସର୍ବଦା ଧ୍ୟାନ ଦେବା ନିମିତ୍ତ ଶ୍ରୀ ମହାପାତ୍ର ଉଦବୋଧନ ଦେଇଥିଲେେ । ସମ୍ମାନୀତ ଅତିଥି ଭାବେ ରାମକୃଷ୍ଣ ଦାଶ ଉପସ୍ଥିତ ଥିଲେ । ଶାରୀରିକ ସୁସ୍ଥତା, ଶୃଙ୍ଖଳା ବିକାଶରେ କ୍ରୀଡାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହିତ କ୍ରୀଡା ଆମକୁ ଦୃଢ଼ତା, ଦଳଗତ କାର୍ଯ୍ୟ ଏବଂ ସ୍ଥିରତାର ମୂଲ୍ୟ ଶିଖାଏ ବୋଲି ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ ସହିତ କ୍ରୀଡ଼ାପ୍ରତି ଉତ୍ସାହିତ କରିଥିଲେ। ଗ୍ରାମର ଶିକ୍ଷାପ୍ରେମୀ ସରୋଜ ମହାପାତ୍ର ଛାତ୍ରଛାତ୍ରୀଙ୍କକ ପାଇଁ ଏକ ଖେଳ ପଡିଆର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଖେଳ ଶିକ୍ଷକ ସରୋଜ କୁମାର ପଧାନ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଶିକ୍ଷକ ନେହେରୁ ପାଇକ, ଗୋବିନ୍ଦ ବାଗ, ଦେବ ପ୍ରସାଦ ବାଗ, ଦୟାନିଧି ମହାପାତ୍ର, ଶିକ୍ଷୟିତ୍ରୀ ସୁନୀତା ମହାପାତ୍ର ସହଯୋଗ କରିଥିଲେ । ପରିଶେଷରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top