କାଶିପାଲି ଉ.ପ୍ରା ବିଦ୍ୟାଳୟରେ ବନମହୋତ୍ସବ ପାଳିତ

କାଶିପାଲି ଉ.ପ୍ରା ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ଭଟଲି/ବରଗଡ : ବରଗଡ଼ ଜିଲ୍ଲା ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କାଶିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସ୍.ଏମ୍.ସି ଚେୟାରପର୍ସନ୍ ପବିତ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଟଲି ବନପାଳ ରାଜେନ୍ଦ୍ର କୁମାର ସିଂହ ଓ ସମ୍ମାନୀତ ଅତିଥି ଭାବେ ବନରକ୍ଷୀ ଗୟାଧର ଭୁଏ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସୁଦାମ ସେଟ ପାଠ ପଢା ସହିତ ପରିବେଶ ସଚେତନତା ଉପରେ ମତବ୍ୟକ୍ତ କରିବା ପରେ ବିଶ୍ବତାପାୟନ ନିୟନ୍ତ୍ରଣରେ ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଛଟିଏ ରୋପଣ କରି ତାର ଉପଯୁକ୍ତ ଯତ୍ନ ନେବାକୁ ଛାତ୍ରଛାତ୍ରୀ ସମେତ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଶପଥ ପାଠ କରାଯାଇଥିଲା । ପରେ ବୃକ୍ଷ ରୋପଣ ଉପରେ ଜନ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନେ ପ୍ଲା କାର୍ଡ ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ସ୍କୁଲ ପରିସରରେ ଏବଂ କାଶିପାଲି ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ନିମ୍ବ, କରଞ୍ଜ, ଅଁଳା, ଶାଗୁଆନ ଆଦି ବିଭିନ୍ନ ପ୍ରଜାତିର ପ୍ରାୟ ଦୁଇଶହ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା ଦଳର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top