କର୍ମଭୂମିରେ କବି ଗଙ୍ଗାଧରଙ୍କ ପୁଣ୍ୟ ତିଥି

କର୍ମଭୂମିରେ କବି ଗଙ୍ଗାଧରଙ୍କ ପୁଣ୍ୟ ତିଥି

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି । ପଡା ଗ୍ରାମରେ ଆୟୋଜିତ ଏହି ସମାରୋହରେ ସଭାପତି ମୋହନ ସିଂ ‌‌କହ୍ନେଇଁ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟର ଗରିମା ସଂପର୍କରେ ଆଲୋଚନା କରିଥିଲେ । ଉପ-ସଭାପତି ହୃଦମଣି ସାହୁ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କବି ପୀତବାସ ମେହେର ସ୍ବଭାବ କବିଙ୍କ ଜୀଵନୀ ଆଧାରିତ କଵିତା ପାଠ କରିଥିଲେ।ତୁଳସୀରାମ ମେହେର, ଜଗତଜ୍ଜୀବନ ରାମ ଡନସନା କବିତା ମାଧ୍ୟମରେ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଂପାଦକ ରାଜେଶ୍ବର ବେହେରା ସଭାକୁ ସଂଯୋଜନା କରିଥିଲେ । ପୀତବାସ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top