କର୍ଲେ ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

କର୍ଲେ ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କର୍ଲେ ଗ୍ରାମର ସ୍ଥାନୀୟ ଗଣ୍ଡାପଡା ରାଧାରାଣୀ ସଂକୀର୍ତ୍ତନ୍ୟ ମଣ୍ଡଳୀରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି । କର୍ତ୍ତା ଭାବେ ସପତ୍ନୀକ ଚନ୍ଦ୍ରମଣି ପାଇକ ଓ ପଙ୍କଜିନୀ ପାଇକ ଦାୟୀତ୍ବ ତୁଳାଇଥିଲେ । ଗୁଣନିଧି ମହାନନ୍ଦ ହୋମଯଜ୍ଞ ସମେତ ସମସ୍ତ ପୂଜାକାର୍ଯ୍ୟ ତୁଳାଇଥିବା ବେଳେ ନବୀନ ମହାନନ୍ଦ ତାଙ୍କୁ ସହଯୋଗ କରିଥିଲେ । ଚାରପାଲି ଓ କଟାପାଲି ଗ୍ରାମର ରଙ୍ଗିନ କୀର୍ତ୍ତନ ଦଳ ଏବଂ ହଳଦି ଗ୍ରାମର ଓଦଣ୍ଡ କୀର୍ତ୍ତନ ଦଳ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରି ମହାମନ୍ତ୍ର ଗାଇଥିଲେ । ଚାରପାଲି, କଲଙ୍ଗାପାଲି, ଲେମଧର, ମାଝିପାଲି, ବରମୁଣ୍ଡାରୁ ଭକ୍ତମାନେ ଆସି ନାମ ଜପରେ ସହଯୋଗ କରିଥିଲେ ।

ଆଧ୍ୟାତ୍ମିକ ବାତାବରଣରେ ଉକ୍ତ ନାମଯଜ୍ଞ ମହାସମାରୋହ ରେ ସମାପନ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ହଳଦି, ଉଦେପାଲି ଓ ଖଲିଆପାଲି କୀର୍ତ୍ତନ ଦଳ ମଧ୍ୟରେ ବୈଠକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ଲେ ରାଧାରାଣୀ ସଂକୀର୍ତ୍ତନ୍ୟ ମଣ୍ଡଳୀର କର୍ମକର୍ତ୍ତାଙ୍କ ସମେତ ପଡାବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ ନାମଯଜ୍ଞ କାର୍ଯ୍ୟକ୍ରମରେ ଗ୍ରାମ ଓ ଆଗପାଖ ଗ୍ରାମର ଭକ୍ତ ତଥା ସଂକୀର୍ତ୍ତନ୍ୟ କଳା ପିପାସୁମାନଙ୍କ ଭିଡ ରହିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ତିନ ଦିନ ଧରି ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top