

କପସିଲା ଉ.ପ୍ରା ସ୍କୁଲର ବାର୍ଷିକୋତ୍ସବ
ଗୁଡଭେଲା/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ୍ ଅନ୍ତର୍ଗତ କପସିଲା ପି.ଏମ.ଶ୍ରୀ. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ୨୦୨୪ – ୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଗୁଡ଼ଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ କୁମ୍ଭାର ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ, ୧୦ ନମ୍ବର ଓ୍ବାର୍ଡ ର କାଉନସିଲର ବବିତା ସାହୁ, ଆଞ୍ଚଳିକ ମହାବିଦ୍ୟାଳୟ ଋଷୁଡାର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ । ବିଶିଷ୍ଟ ସମ୍ମାନୀତ ଅତିଥି ଭାବରେ ବରଗଡର ଆସିଷ୍ଟାଣ୍ଟ ଜି.ଏସ୍.ଟି କମିଶନର ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ଖଗେଶ୍ବର ରଣା ଯୋଗଦେଇ ସଭାର ଶୋଭା ବଢାଇଥିଲେ । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହିତ କ୍ରୀଡ଼ା, ସଂସ୍କୃତି ପ୍ରତି ସଚେତନ ରହିବା ଜରୁରୀ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟଟି ଶିକ୍ଷା କ୍ଷେତ୍ରରେ ଅଞ୍ଚଳରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଅତିଥିଗଣ ପ୍ରଧାନଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପୂର୍ବତନ ଛାତ୍ର ତଥା ଓଡ଼ିଶା ପ୍ରାଶାସନିକ ଅଧିକାରୀ ଶ୍ରୀ ରଣାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥିଗଣ ସମ୍ମାନୀତ କରିଥିଲେ । ସେହିପରି ବିଦ୍ୟାଳୟ ପରିଚାଳନା କମିଟୀ ସଭାନେତ୍ରୀ ହେମକାନ୍ତି ରଣା, ଗୁଡଭେଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ,ଗ୍ରାମ୍ୟ କମିଟୀ ସଦସ୍ୟ ନବ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇ, ସହକାରୀ ଶିକ୍ଷକ ପୁରନ ମେହେର ପ୍ରମୁଖଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା ।


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସ ବାର୍ଷିକ ବିବରଣୀ ପଠନ କରିଥିଲେ । ସ୍ଥାନୀୟ ସି.ଆର୍.ସି.ସି ଜଗମୋହନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ଶିକ୍ଷୟିତ୍ରୀ ଶକୁନ୍ତଳା ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ ଭାରତୀ ମହାପାତ୍ର, ସନ୍ଧ୍ୟାରାଣୀ ପ୍ରଧାନ, ତହସିଲ ଭୋଇ, ମୌସମ ମେହେର, ସ୍ନେହାଶିଷ ତ୍ରିପାଠୀ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀଗଣ ସହଯୋଗ କରିଥିଲେ। ଛାତ୍ରୀ ଶ୍ରାବଣୀ ରଣା ଓ ବର୍ଷା କୁମ୍ଭାରଙ୍କ ଉପସ୍ଥାପନାରେ ଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ତୁଷୁରାର ବିଶିଷ୍ଟ କଳାକାର ବଡ଼ ସାନ ପାରମ୍ପରିକ ଘୁଡୁକା ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ବ୍ଲକ୍ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳର ସାମ୍ବାଦିକଗଣଙ୍କ ସମେତ କପସିଲା ଗ୍ରାମବାସୀ ବିପୁଳ ସଂଖ୍ୟାରେ ଯୋଗଦେଇ କାର୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।





