

କନ୍ଧରା ସ୍କୁଲର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କନ୍ଧରା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଥମଥର ପାଇଁ ବହୁ ଉତ୍ସାହରେ ଅନୁଷ୍ଠିତ ହୋଇଯାଇଛି । ଆମ ଖେଳଣା ଆମ ସଂସ୍କୃତି ଯୋଜନାରୁ ଆୟୋଜିତ ଉକ୍ତ ଉତ୍ସବ ଆବାହକ ପ୍ରଧାନ ଶିକ୍ଷୟିତ୍ରୀ କବିତାରାଣୀ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମକରଧ୍ବଜ ଗଡତିଆ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବାଧୀନ ସାହୁ ଉପସ୍ଥିତ ଥିଲେ ।ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ଏସ୍,ଏମ୍.ସି ଚେୟାରପର୍ସନ୍ ହେମନ୍ତ କୁମ୍ଭାର, ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ପରଡିଆ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅତିଥିଗଣ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ସି.ଆର୍.ସି.ସି ସୁଧାଂଶୁ ଶେଖର ଜାଲ ସୁଚାରୁ ରୂପେ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ସରୋଜ କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କ୍ରୀଡା ତଥା ଶିକ୍ଷା କ୍ଷେତ୍ରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ରଶ୍ମୀତା ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।





