କଲଙ୍ଗାପାଲି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

କଲଙ୍ଗାପାଲି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମର ଗଣ୍ଡାପଡା ରାଧାମାଧବ ସଂକୀର୍ତ୍ତନ୍ୟ ମଣ୍ଡଳୀରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି । କର୍ତ୍ତା ଭାବେ ସପତ୍ନୀକ ମୂରଳୀ ପାଇକ ଓ ନେପୁର ପାଇକ ଦାୟୀତ୍ବ ତୁଳାଇଥିଲେ । ଗୁଣନିଧି ମହାନନ୍ଦ ହୋମଯଜ୍ଞ ସମେତ ସମସ୍ତ ପୂଜାକାର୍ଯ୍ୟ ତୁଳାଇଥିବା ବେଳେ ନବୀପ ମହାନନ୍ଦ ତାଙ୍କୁ ସହଯୋଗ କରିଥିଲେ । ଅନ୍ତର୍ଡା, ବଗେଇବିରା ଓ ଖରମୁଣ୍ଡା ଗ୍ରାମର ମହିଳା ଓଦଣ୍ଡ ସଂକୀର୍ତ୍ତନ୍ୟ ଦଳ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରି ମହାମନ୍ତ୍ର ଗାଇଥିଲେ । କର୍ଲେ, ଲେମଧର, କନ୍ଧରା, ପଣ୍ଡରିପାଣି, ଚାରପାଲି ଗ୍ରାମର ଭକ୍ତମାନେ ଆସି ନାମ ଜପରେ ସହଯୋଗ କରିଥିଲେ । ଆଧ୍ୟାତ୍ମିକ ବାତାବରଣରେ ଉକ୍ତ ନାମଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଅନ୍ତର୍ଡା ଓ ବଗେଇବିରା ଗ୍ରାମର ମହିଳା ସଂକୀର୍ତ୍ତନ୍ୟ ଦଳ ବୈଠକୀ ସଂକୀର୍ତ୍ତନ୍ୟ କଳା ପରିବେଷଣ କରିଥିଲେ । ମ୍ୟାନେଜର ଦିଲ୍ଲିପ ସୁନା ଜଗନ୍ନାଥ ପାଇକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ନାମଯଜ୍ଞ କାର୍ଯ୍ୟକ୍ରମରେ ପଡାବାସୀ, ଗ୍ରାମ ଓ ଆଗପାଖ ଗ୍ରାମର ଭକ୍ତମାନେ ସହଯୋଗ କରିଥିବା ବେଳେ ସଂକୀର୍ତ୍ତନ୍ୟ କଳା ପିପାସୁମାନଙ୍କ ଭିଡ ରହିଥିଲା । ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ତିନିଦିନ ଧରି ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top