କଳାକାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

କଳାକାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡାରେ ସ୍ବର୍ଗତ ଦାମୋଦର ପଟେଲଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭବନରେ ଏକ ଅଶୃଳ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା । ମାଁ ବୀଣାପାଣୀ କଳା ପରିଷଦ ଲାଉମୁଣ୍ଡା ଓ କୋଶଳିଆ ମାଳୀ ସମାଜ ବିଜେପୁର ତରଫରୁ ଆୟୋଜିତ ଶୋକସଭାରେ ଶ୍ରୀଯୁକ୍ତ ହୃଷୀକେଶ ମେହେର, ଦାମୋଦରଙ୍କ କଳାକାର ଜୀବନର ସ୍ମୃତିଚାରଣ କରିଥିବାକୁ ଯାଇ ଏକାଧାରରେ ସଂକୀର୍ତ୍ତନ ଗାୟକ, ବାଦକ ତଥା ରାବଣ ଭୂମିକାରେ ତାଙ୍କ ଅଭିନୟକୁ ମନେପକାଇ ଥିଲେ । ଶ୍ରୀଯୁକ୍ତ ପ୍ରେମରାଜ ପଟେଲ ଦାମୋଦରଙ୍କ ସାମାଜିକ ସଂଗଠନ ସହ ସଂପୃକ୍ତି ତଥା କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋକପାତ କରିଥିଲେ । ତାଙ୍କର ଜ୍ୟେଠ ପୁତ୍ର ତେଜରାଜ ସପତ୍ନୀକ ଶୁଦ୍ଧିକାର୍ଯ୍ୟ ସମାପନ କରିଥିଲେ । ଉପସ୍ଥିତ ସମସ୍ତେ ସ୍ବର୍ଗତ ଆତ୍ମାର ସଦଗତି କାମନା ପୂର୍ବକ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ପରିବାର ସଦସ୍ୟଙ୍କୁ ଶାନ୍ତ୍ବନା ପ୍ରଦାନ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top