କଳା ଜଗତର କଳା ସାଧକଙ୍କ ଜନ୍ମଦିନ ଅଭିନବ ଭାବେ ପାଳିତ

କଳା ଜଗତର କଳା ସାଧକଙ୍କ ଜନ୍ମଦିନ ଅଭିନବ ଭାବେ ପାଳିତ

ସମ୍ବଲପୁର : କଳା ଜଗତରେ ସାଧନାରୁ ସିଦ୍ଧି ଓ ସିଦ୍ଧିରୁ ପ୍ରସିଦ୍ଧି ଲାଭ କରିଥିବା ସଙ୍ଗୀତ ଦୁନିଆଁର ଜଣେ ସାରସ୍ବତ ସାଧକଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଳାପ୍ରେମୀ, କଳାକାରମାନଙ୍କ ପାଇଁ ଏକ ନୂତନ ପ୍ରେରଣାର ଉତ୍ସ ପାଳଟିଛି । ଓଡିଶା ସାଂସ୍କୃତିକ ସମାଜ ଭବନ, ସମ୍ବଲପୁର ଠାରେ ସେବା ସାମାଜିଜ ସଂଗଠନ ତରଫରୁ ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ନିହାଲ ସିଂଙ୍କର ଆବାହନ ତଥା ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆକାଶବାଣୀ ସମ୍ବଲପୁର ର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ଏକା ଧାରରେ ଜଣେ କବି, ଲେଖକ, ସଙ୍ଗୀତକାର, କଣ୍ଠଶିଳ୍ପୀ, ଅଭିନେତା ଶିବ ଶଙ୍କର ପ୍ରଧାନଙ୍କର ଜନ୍ମଦିନ ତରଭୂଜ ଫଳ କାଟି ଏକ ନିଆରା ଢଙ୍ଗରେ ମହା ସଭାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଗୀତିକାର ତଥା ଅନୁବାଦକ କ୍ଷେତ୍ରମଣି ବିଭାର ଅତିଥି ପରିଚୟ ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉଦଘୋଷିକା ଛନ୍ଦାମୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଉତ୍ସବ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ବିଶିଷ୍ଟ ଗୀତିକାର ରତନ ପୂଝାରୀ, ତ୍ରିବିକ୍ରମ ସାହୁ, ସମାଲୋଚକ ତଥା ଲେଖକ ମାହେଶ୍ବରୀ ପ୍ରସାଦ ପାଣିଗ୍ରାହୀ, ଆକାଶବାଣୀ ସଙ୍ଗୀତ ବିଭାଗୀୟ ଅଧିକାରୀ ସନ୍ତୋଷ କୁମାର ପିଙ୍ଗ, ବିଶିଷ୍ଟ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ, କଣ୍ଠଶିଳ୍ପୀ ପଦ୍ମିନୀ ଦୋରା,

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରମେଶ ସୁନା, ବିଶିଷ୍ଟ କଣ୍ଠଶିଳ୍ପୀ ଶତୃଘନ ଲୁହା, ବଂଶୀ ବାଦକ କୃଷ୍ଣଚନ୍ଦ୍ର ସେନ୍ଦ୍ରିଆ, ଦୁର୍ଗା ଦାସ, ଦିଲ୍ଲିପ ବାଗ, ଗୋପାଳ ପଧାନ, ସନତ ସାହୁ, ବ୍ରହ୍ମା କୁମ୍ଭାର, ଜଗନ୍ନାଥ କୁମ୍ଭାର, ସୁରେଶ ବାଗ, ଅଞ୍ଜନ କୁମ୍ଭାର, ଗୀତାଞ୍ଜଳୀ ପୋଢ, ସତ୍ୟଭାମା ପାଣ୍ଡେ, ଶିବପ୍ରିୟା ସାହୁ, ପଙ୍କଜିନୀ ନାଏକ, ଜ୍ୟୋତ୍ସ୍ନାରାଣୀ ନାଏକ, ସଞ୍ଜୟ କୁମ୍ଭାର, ପ୍ରଫୁଲ୍ଲ ହରିପାଲ ସମେତ ତାଙ୍କୁ ଭଳ ପାଉଥିବା କେତେକ ପ୍ରଶାସନିକ ଅଧିକାରୀ, ବିଶିଷ୍ଟ କଳାକାର, କବି, କଳାପ୍ରେମୀ, ଉପସ୍ଥିତ ରହି ବିଶିଷ୍ଟ ଗୀତିକାର ଶ୍ରୀ ପ୍ରଧାନଙ୍କୁ ଗୀତ, କବିତା, ଅଭିଭାଷଣ ତଥା ଉପହାର ଦେଇ କଳା କ୍ଷେତ୍ରରେ ଆହୁରି ପ୍ରତିଷ୍ଠା ଲାଭ ପାଇଁ ଦୀର୍ଘାୟୁ କାମନା ପୂର୍ବକ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ପ୍ରତିଭାମାନଙ୍କୁ ସମ୍ମାନ ସନନ୍ଦ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତବାଦ୍ୟ କାର୍ଯ୍ୟକ୍ରମର ବାଦ୍ୟଯନ୍ତ୍ରରେ ପାରସ୍ ହରିପାଲ ଓ ଦଳ ବିଶେଷ ସହଯୋଗ କରିଥିଲେ । ଶେଷରେ ସଂଗଠନର ଉପ-ସଭାପତି ମୋମିନା ଖାତୁନ୍ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top