

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ଦ୍ବିତୀୟ ବାର୍ଷିକୋତ୍ସବ ଓ ନୂଆଁଖାଇ ଭେଟଘାଟ
ଝାରବନ୍ଧ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ନୂଆଁଖାଇ ଭେଟଘାଟ ୨୦୨୫ ତଥା ଦ୍ବିତୀୟ ବାର୍ଷିକୋତ୍ସବ ସଭାପତି ମୋତିଲାଲ ବାଗଙ୍କ ସଭାପତିତ୍ବରେ ଝାରବନ୍ଧ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ବାରିପଦା ର ଅବସରପ୍ରାପ୍ତ ପ୍ରଫେସର ଓଡିଆ ବିଭାଗ ମୁଖ୍ୟ ଡ.ବବୃବାହନ ମହାପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଝାରବନ୍ଧ ବିଡିଓ ପର୍ଶୁରାମ ପଣ୍ଡା, ତହସିଲଦାର ଅଲେଖ ଘୁଟା, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ଖଟିଖିଆ ସଂଗଠନର ସଭାପତି ତଥା ସମାଜସେବୀ ଭୋଜରାଜ ବାଗ, ସମ୍ବଲପୁର ଟେଲକମ କମିଟି ସଦସ୍ୟ ହରିହର ସାହୁ, ଝାରବନ୍ଧ ବିଜେପି ମଣ୍ଡଳ ସଭାପତି ସତ୍ୟମ ପ୍ରଧାନ ଯୋଗ ଦେଇଥିଲେ l ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପଦ୍ମପୁର ବ୍ଲଡ଼ ବ୍ୟାଙ୍କ ର ଡାକ୍ତରୀ ଟିମ ରକ୍ତ ସଂଗ୍ରହ କରିଥିଲେ । ନୁଆଁଖାଇ ଭେଟଘାଟ ର ଆଲୋଚନା ଚକ୍ରରେ ସମାଜରେ ସାମ୍ବାଦିକତାର ସ୍ଥିତି ପ୍ରସଙ୍ଗ ଉପରେ ଅତିଥି ଗଣ ମତାମତ ପ୍ରଦାନ କରିଥିଲେ । ସମ୍ପାଦକ ସୋମନାଥ ବାଗ ବାର୍ଷିକ ବିବରଣୀ ପଠନ ପୂର୍ବକ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଝାରବନ୍ଧ ଅଞ୍ଚଳର ସଫଳ ଚାଷୀ ସୌଭାଗ୍ୟ ସାହୁ, ମେହେର ସିଂ ଭୁଏ, ଶିକ୍ଷକ ଉପେନ୍ଦ୍ର ପଟେଲ, କୋଶଲ ସେନା ଝାରବନ୍ଧ, ସିଆରସିସି ଦିବସ କୁମାର ସାହୁ, ଇନ୍ଦ୍ରାବାସିନୀ ସ୍ୱୟଂ ସହାୟିକା ଗୋଷ୍ଠୀ ଝାରବନ୍ଧ, ମାଁ ଭଗବତୀ ସ୍ୱୟଂ ସହାୟିକା ଗୋଷ୍ଠୀ କୁମୀର, ମିସ ଟିନ ଇଣ୍ଡିଆ ଜୟନ୍ତୀ ସାହୁ ଝାରବନ୍ଧ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।


ବ୍ଲକ ସ୍ତରୀୟ ଶିଶୁ ସାମ୍ବାଦିକ ତାଲିମ ରେ ଯୋଗ ଦେଇଥିବା ସମସ୍ତ ଶିଶୁ ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ହୋଇଥିବା ନୃତ୍ୟ ପ୍ରତିଯୋଗିତା ରେ ନୋଡାଲ ସ୍କୁଲ ପ୍ରଥମ ସ୍ଥାନ, ଅରବିନ୍ଦ ବିଦ୍ୟାଳୟ ଝାରବନ୍ଧ ଦ୍ବିତୀୟ ସ୍ଥାନ ଏବଂ ଭାବଂଶୀ ଦୀପ ତୃତୀୟ ସ୍ଥାନ ରେ ବିଜେତା ହୋଇଥିଲେ । ବିଚାରକ ଭାବେ କଳାରତ୍ନ ଘନଶ୍ୟାମ ନାଗ, ଶିକ୍ଷୟିତ୍ରୀ ନୀଳ ମହାନନ୍ଦ, ବିବେକାନନ୍ଦ ପଶାୟତ ଦାୟିତ୍ୱ ତୁଲାଇଥିଲେ । ବୈତାଳି କ୍ଲଷ୍ଟର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ । ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଦସ୍ୟ ସୌଦାଗର ବରିହା, ନାରାୟଣ ଶତନାମୀ, ବାସନ୍ତୀ ପାଇକ, କୁଞ୍ଜବିହାରୀ ସାହୁ, ଜଗନ୍ନାଥ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଗଣ୍ଡାବଜା, ପାଲା ଆଦି ପାରମ୍ପରିକ ନୃତ୍ୟ, ଗୀତ, ସଂଗୀତ ପରିବେଷିତ ହୋଇଥିବା ବେଳେ ରୁପେଶ ଜୋଯୋ ଏବଂ ସ୍ବିଟ ରୁନା ଟିମ କମେଡି ପ୍ରଦର୍ଶନ କରିଥିଲେ ।





