ଜାରିଂ ରେ ପଞ୍ଚାୟତ ସ୍ତରୀୟ ଯୋଗ ଦିବସ ପାଳନ

ଜାରିଂ ରେ ପଞ୍ଚାୟତ ସ୍ତରୀୟ ଯୋଗ ଦିବସ ପାଳନ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜିରିଂ ଗ୍ରାମ ପଞ୍ଚାୟତ ଅଫିସ୍ ପରିସରରେ ଜାରିଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସରପଞ୍ଚ ପ୍ରଭାସିନୀ ବିଭାର, ଏମ୍.ବି.କେ ପଙ୍କଜିନୀ ଦନ୍ତା, ବ୍ୟାଙ୍କ ମିତ୍ର ରଶ୍ମିତା ନାଗ, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ସବ୍ୟରାଣୀ ପଧାନ, ସମ୍ପାଦିକା ଭଗବତୀ ସାହୁ , ଇ.ସି ମେମ୍ବର, ସି.ଆର୍.ପି, ସି.ଏମ୍, କୃଷିିମିତ୍ର, ପ୍ରାଣିମିତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଯୋଗ ବିଷୟରେ ଏମ୍.ବି.କେ ଶ୍ରୀମତୀ ଦନ୍ତାଙ୍କ କିଛି ବକ୍ତବ୍ୟ ରଖିବା ପରେ ସମସ୍ତେ ଯୋଗ କରି ଯୋଗ ଦିବସ ପାଳନ କରିଥିଲେ । ସୁସ୍ଥ ରହିବାକୁ ସମସ୍ତଙ୍କର ଇଚ୍ଛା, ହେଲେ ସମସ୍ତେ ଯୋଗାଭ୍ୟାସ ରଖୁନହାନ୍ତି । ଶରିରକୁ ନିରୋଗ ଓ ମନକୁ ପ୍ରଫୁଲ୍ଲ ରଖିଥାଏ ଯୋଗାଭ୍ୟାସ । ଏହା ବ୍ୟତୀତ ଯୋଗ ମଣିଷର ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତୀ ଆଣିଥାଏ । ତେଣୁ, ସମସ୍ତେ ଆଜି ଠାରୁ ଯୋଗାଭ୍ୟାସ ରଖିବା ବୋଲି ଉପସ୍ଥିତ ସମସ୍ତଙ୍କ ମନରେ ସଚେତନତା ଜାଗ୍ରତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top