ଜାରିଂ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ

ଜାରିଂ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ

ବିଜେପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ପକ୍ଷ ପାଳନର ଅବସରରେ ବିଜେପୁର ବ୍ଲକ ଜାରିଂ ଠାରେ ଆୟୋଜିତ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା, ସମାଜସେବୀ, ସଚେତନ ଯୁବକଗୋଷ୍ଠୀ ତଥା ଗ୍ରାମବାସୀଙ୍କ ସକ୍ରିୟ ଭାଗୀଦାରୀ ରେ ଜିରିଂ ମଣ୍ଡଳ ସଭାପତି ଆନନ୍ଦ ବାରିକ, ଜିଲ୍ଲା ପରିଷଦ ସୁଶାନ୍ତ ଗଡ଼ତୀୟା ଓ ଯୋଗୀନ୍ଦ୍ର ପଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଜେପୁର ଅମୃତଧାରା ନର୍ସିଂହୋମ ର ଡ଼କ୍ଟର ରୋଜାଲିନ ମେହେର ଉପସ୍ଥିତ ରହି ପ୍ରଥମେ ସ୍ୱୟଂ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଖିପାଲି ସରପଞ୍ଚ ସବିତା ସାହୁଙ୍କ ଉପସ୍ଥିତିରେ ସମସ୍ତେ ମିଶି ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରି, ଯୁବପୀଢ଼ୀଙ୍କୁ ସଚେତନ କରିଥିଲେ । ଶିବିରରେ ୫ ଜଣ ମହିଳାଙ୍କ ସହ ୫୨ ଜଣ ରକ୍ତଦାନ କରି ମହତଦାନରେ ସାମିଲ ହୋଇଥିଲେ । ବରଗଡ ରକ୍ତଭଣ୍ଡାରର କର୍ମଚାରୀ ଅମେରେନ୍ଦ୍ର ମହାନ୍ତି, ରେବତୀକାନ୍ତ ସାହୁ, ଶ୍ରୀବଛ ସେଠ ଓ କୃଷ୍ଣଚନ୍ଦ୍ର ସାହୁ ସମସ୍ତ ରକ୍ତ ସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଜାରିଂ ସରପଞ୍ଚ ପ୍ରଭାସିନୀ ବିଭାର, ସମିତି ସଭ୍ୟା ସୁଜାତା ସେଠ ଏମବିକେ ପଙ୍କଜିନୀ ଦନ୍ତାଙ୍କ ସମେତ ନରେସ ମେହେର, ବିସିକେଶନ ମେହେର, ଅନୀଳ ସାହୁ, ଧରଣୀଧର ମେହେର, ସୁବ୍ରତ ବାରିକ, ବିନୋଦ ବିଶ୍ୱାଳ, ସପ୍ନ ମଟାରୀ, ଆଲୋକ ଗିରି, ଦୀପକ ସାହୁ, ଶ୍ରୀରାମ ସାହୁ ସକ୍ରୀୟ ସହଯୋଗ କରିଥିଲେ । ଅତିଥିଗଣ ରକ୍ତଦାନକୁ ମହାନ ସେବା କାର୍ଯ୍ୟ ବୋଲି ବର୍ଣ୍ଣନା କରିବା ସହିତ ଏପରି ଶିବିର ସାମାଜିକ ସହଯୋଗ, ମାନବତା ଓ ସହଯାତ୍ରୀତ୍ୱର ସତ୍ୟ ସନ୍ଦେଶ ବହନ କରେ ବୋଲି ମତ ପ୍ରକାଶ କରିଥିଲେ । ଶେଷରେ, ସମସ୍ତଙ୍କୁ ଆଗାମୀ ଦିନରେ ଏହିପରି ସଚେତନତା ମୂଳକ ଓ ସମାଜସେବା କାର୍ଯ୍ୟକ୍ରମକୁ ନିୟମିତ କରିବାକୁ ଆହ୍ୱାନ ଦିଆଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top