ଜନ୍ମଦିନ ପାଳନରେ ଅନ୍ତେବାସୀ ପାଇଲେ ସମ୍ମାନ

ଜନ୍ମଦିନ ପାଳନରେ ଅନ୍ତେବାସୀ ପାଇଲେ ସମ୍ମାନ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ପାର୍ବତୀଗିରି ବୃଦ୍ଧାଶ୍ରମରେ ଠିକ୍ ଚାରି ବର୍ଷର ବ୍ୟବଧାନରେ ଭୂମିଷ୍ଟ ଧରିତ୍ରୀ ଓ କୁନୁମୁନ୍ ଝିଅ ଦ୍ବୟଙ୍କ ଶୁଭ ଜନ୍ମଦିନ ପାଳନ କରି ଏକ ଉଦାହରଣ ସୃଷ୍ଟି କଲେ ବିଜେପୁର ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ । କନ୍ୟାରତ୍ନ ଦ୍ବୟଙ୍କ ଜନ୍ମଦିନକୁ ଗୃହସୀମା ଭିତରେ ପାଳନ ନକରି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ, ଫଳ, ବସ୍ତ୍ର ଓ ଆବଶ୍ୟକ ଉପକରଣ ପ୍ରଦାନ ପୂର୍ବକ ଆନ୍ତରିକ ଅଭିନନ୍ଦନ ଓ ସମ୍ମାନ ଜଣାଇ ନୂତନ ଢଙ୍ଗରେ ପାଳନ କଲେ ଏବଂ ଏପରି ଭାବନାପୂର୍ଣ୍ଣ ଉପସ୍ଥିତିକୁ ଦେଖି ବୃଦ୍ଧବୃଦ୍ଧାଙ୍କ ଆନନ୍ଦାଶୃ ଝରି ପଡିଥିଲା । “ମୋ ଝିଅମାନଙ୍କୁ ଏଭଳି ଏକ ଦାୟିତ୍ୱପୂର୍ଣ୍ଣ ଓ ମାନବିକ ଶିକ୍ଷା ଦେବାକୁ ମୁଁ ଚାହେଁ। ଜନ୍ମଦିନ ମାନେ କେବଳ ଆନନ୍ଦ ନୁହେଁ, ଦୟା, ସେବା ଓ ସମ୍ବେଦନାର ଅଭିବ୍ୟକ୍ତି ହେବା ଉଚିତ ଏବଂ ମୋ ଝିଅମାନଙ୍କୁ ଏହିପରି ଏକହ ଦାୟୀତ୍ବପୂର୍ଣ୍ଣ ମାନବିକତା ଦେବାକୁ ଚାହେଁ ବୋଲି ଏହି ଅବସରରେ ଶ୍ରୀ ଗଡତିଆ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ପରିବାର ସମେତ ଅନ୍ୟାନ୍ୟ ସଦସ୍ୟ ଓ ସ୍ଥାନୀୟ ସଭ୍ୟମାନେ ଉପସ୍ଥିତ ଥିଲେ । ଏପରି କାର୍ଯ୍ୟକ୍ରମ ପାଇଁ ସମାଜରେ ଅନ୍ୟମାନଙ୍କ ମାନବିକତାର ଅନୁଭୂତି ଅଧିକ ମଜବୁତ ହେବ ବୋଲି ଆଶା କରାଯାଏ ।

Leave a Comment

Your email address will not be published. Required fields are marked *

Scroll to Top