Include Sambalpuri-Kosli Language in 8th Schedule: ସମ୍ବଲପୁରୀ – କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ପାଇଁ ଲୋକସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ


ବରଗଡ: ଲୋକସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଦ୍ଵିତୀୟ ଦିନରେ ସମ୍ବଲପୁରୀ – କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ସହ ଓଡିଶା ସରକାରଙ୍କ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିୟମ ୩୭୭ ର ଅଧି ସୂଚନା ଅନୁଯାଇ ଲୋକସଭାରେ ସାଂସଦ ଶ୍ରୀ ପୁରୋହିତ ଏହି ପ୍ରସଙ୍ଗ ଉଠାଇ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ୩୦ଟି ଜିଲ୍ଲାରୁ ୧୧ଟି ଜିଲ୍ଲାର ଲୋକେ କୋଶଳି – ସମ୍ବଲପୁରୀ ଭାଷା କହନ୍ତି । ଏହା ଏକ ପ୍ରାଚୀନ ଭାଷା ସହ ଏହି ଭାଷାରେ ରାମାୟଣ,ମହାଭାରତ ଏବଂ ଭଗବତ ଗୀତା ଭଲି ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁବାଦିତ ହୋଇ ସାରିଛି । ସମ୍ବଲପୁରୀ – କୋଶଳି ଭାଷା ପଶ୍ଚିମ ଓଡିଶାର ପ୍ରାଥମିକ ଭାଷା ଅଟେ ବୋଲି ଶ୍ରୀ ପୁରୋହିତ ଉଲ୍ଲେଖ କରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ସହ ଏହି ଭାଷାକୁ ଓଡିଶା ସରକାରଙ୍କ ସରକାରୀ ଭାଷାରେ ମାନ୍ୟତା ଦେବାକୁ ଦାବୀ କରିଛନ୍ତି |

Leave a Comment

Your email address will not be published. Required fields are marked *

Scroll to Top