ଗଞ୍ଜାମ:ଗୋଳନ୍ଥରା ଥାନା ଅର୍ନ୍ତଗତ ଓଡ଼ିଶା ସୀମାନ୍ତ ଗିରିସୋଲା ଛକରେ ବିଭିନ୍ନ ମାଲ୍ ବୋଝେଇ ଟ୍ରକ ରୁ ବେଆଇନ ଅର୍ଥ ଆଦାୟ ଅଭିଯୋଗ ପାଇ ଗୋଳନ୍ଥରା ପୋଲିସ ସାଦା ପୋଷାକ ରେ ଚଢ଼ାଉ କରି ୩ ଜଣ ଦଲାଲ କୁ କାବୁ କରିଥିଲେ। ଦଲାଲ୍ ମାନେ ହେଲେ କେ ବିଜୟ କୁମାର୍, ରବିନ୍ଦ୍ର ସାହୁ ଓ ଭରତ ସାହୁ ପ୍ରମୁଖ ଙ୍କୁ ପୋଲିସ ଥାନା ରେ ରଖି ପଚରାଉଚରା କରିବା ବେଳେ ସେମାନେ କଳା କାରନାମା ର ଗୁମର ଖୋଲିଥିଲେ। ଯାହାକି ଆଶ୍ଚର୍ଯ୍ୟ ବିଷୟ। ଉକ୍ତ ଦଲାଲ୍ ମାନେ ଆଗରେ ପରିବହନ ଅଧିକାରୀ ଜଗି ଛନ୍ତି କହି ବିଭିନ୍ନ ଗାଡ଼ି ଦୁଇ ଶହ ଟଙ୍କାରୁ ହଜାର ହଜାର ଟଙ୍କା ଆଦାୟ କରୁଥିଲେ। ଏହି ଆଦାୟ ଅର୍ଥ ଅନ୍ୟ ଦୁଇ ପରିବହନ ଅଧିକାରୀ କେ ଭେଙ୍କଟେଶ ରାଓ ଓ କନିଷ୍ଠ ଏମ୍ ଭି ଆଇ ରତିକାନ୍ତ ନାୟକଙ୍କ ସହ ମିଶି ଭାଗ କରିଥିଲେ। ଏତଦବ୍ୟତୀତ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଉଥିଲା। ଏହି ଚଢାଉ ବେଳେ କୌଶଳ କ୍ରମେ ଆଉ ଜଣେ ଖସି ପଳାଇଥିବା ଜଣାପଡିଛି। ବର୍ତମାନ ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିଛନ୍ତି। ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!




