IAS Level Transfer: ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ମୋଟ ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ପ୍ରମୁଖ ସଚିବର ଅତିରିକ୍ତ ଦାୟିତ୍ବ ମଧ୍ଯ ତୁଲାଇବେ । ସେହିପରି ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିଶନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ଯ ତୁଲାଇବେ । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ୨୦୧୦ ବ୍ୟାଚ୍ ଆଇଏଏସ୍ ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଇଏଏସ୍ ବଳବନ୍ତ ସିଂ ଏବେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ସେହିପରି ୨୦୧୧ ବ୍ୟାଚ୍ ଆଇଏ ଆଇଏଏସ୍ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିଶନର ଭାବେ ବଦଳି କରାଯାଇଛି। ଏବେ ଶ୍ରମ କମିଶନର ଭାବେ ଆଇଏଏସ୍ କୁଲାଙ୍ଗେ ବିଜୟ ଅମୃତ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ୨୦୧୨ ବ୍ୟାଚ୍ ଆଇଏଏସ୍ ପୋମା ଟୁଡ଼ୁଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଡଃ ଟୁଡ଼ୁ ଏବେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଫୁଡ୍ ସେଫଟି କମିଶନର ଓ ଟିଡିସିସିଓଏଲ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵରେ ଅଛନ୍ତି । ସେହିପରି ୨୦୧୨ ବ୍ୟାଚ୍ ଆଇଏଏସ୍ ତ୍ରି ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ତ୍ରିଲୋଚନ ମାଝୀ ଏବେ ରାଜସ୍ବ ଓ ବିପରଂୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଅଛନ୍ତି। ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ୨୦୧୨ ବ୍ୟାଚ୍ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ରାଜ୍ୟ ସମବାୟ ସୋସାଇଟି ରେ ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି। ଓରେରା ସଚିବ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ ବିଜୟ କୁମାର ପୃଷ୍ଟିଙ୍କୁ ଇଷ୍ଟେଟ୍ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି | ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ(ଏକ୍ସଅଫିସିଓ) ଭାବେ ମଧ୍ଯ କାର୍ଯ୍ୟ କରିବେ। ସେହିପରି ୨୦୧୩ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ରାଉତଙ୍କୁ ପୂର୍ବ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଆନ୍ତଃ କ୍ୟାଡ଼ର ଡେପୁଟେସନରେ ଓଡ଼ିଶା ଆସିଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଜୀବିକାମିଶନର ନିର୍ଦ୍ଦେଶିକା ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ହକି ପ୍ରମୋସନ କାଉନସିଲ ସିଇଓ ୨୦୧୪ ବ୍ୟାଚ୍ ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ଅବସ୍ଥାପିତ କରାଯାଇଛି । ସ୍ମିତା ରାଉତ ଏବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଅଛ ଅଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top