ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି

ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି

ବିଜେପୁର/ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ବଜରଙ୍ଗ ଦଳ ତରଫରୁ ଆଗାମୀ ୧୪ ଏପ୍ରିଲ ୨୦୨୫ ଦିନ ହନୁମାନ ଜୟନ୍ତୀ ମହାହମାରୋହରେ ପାଳନ ହେବା ନିମିତ୍ତ ଦଳର କର୍ମକର୍ତ୍ତା ତଥା ସଦସ୍ୟମାନଙ୍କ ମଧ୍ୟରେ ଖରମୁଣ୍ଡା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ହନୁମାନ ଜୟନ୍ତୀକୁ ଆହୁରି ଆକର୍ଷଣିୟ ଭାବେ ପାଳନ କରାଯିବା ପାଇଁ ପ୍ରସ୍ତୁତି କରାଯାଇଥିବା ବେଳେ ୧୪ ତାରିଖ ଦିନ ପ୍ରଥମେ ହନୁମାନଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନ ୪ଟା ସମୟରେ ଗ୍ରାମର ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରାଯିବ । ଏ ବର୍ଷ ହନୁମାନ, ରାମ ଓ ଲକ୍ଷ୍ମଣଙ୍କ ପ୍ରତିମା ପ୍ରସ୍ତୁତ କରାଯାଇଥିବା ବେଳେ ଶୋଭାଯାତ୍ରାରେ ଡିଜେ, ଘଣ୍ଟବାଦ୍ୟ, ପାରମ୍ପରିକ ଗଣ୍ଡାବଜା ସାମିଲ କରାଯିବ ଏବଂ ସୂଚାରୁ ରୂପେ କାର୍ଯ୍ୟକ୍ରମର ସଫଳତା ନିମିତ୍ତ ଡା.ସୁଦାମ ସାହୁ, ଡା. ସୁଶାନ୍ତ କୁମାର ମେହେର, ସଚ୍ଚିଦାନନ୍ଦ ପଧାନ, ମନୋଜ ପଧାନ, ସଞ୍ଜିବ ଗଡତିଆ, ସରୋଜ ପଧାନ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଦଳର ଅଚ୍ୟୁତାନନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି । ବଜରଙ୍ଗ ଦଳର ବିଜୟ ତ୍ରିପାଠୀ, ସଳିମ ବେହେରା, ସୀଧାଂଶୁ ସାହୁ, ରସିକ ମେହେର, ଅଜିତ ତ୍ରିପାଠୀ, ଆକାଶ ମେହେର, ବୃନ୍ଦାବନ ସାହୁ, ମାନସ ବେହେରା ସମେତ ସଦସ୍ୟଗଣ ବିଭିନ୍ନ ଦାୟୀତ୍ବରେ ରହିବେ ଓ ବହୁମାତ୍ରାରେ ଭକ୍ତବୃନ୍ଦ ସାମିଲ ହେବା ପାଇଁ ଦଳ ତରଫରୁ ନିବେଦନ କରାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top