ହନୁମାନ ଜନ୍ମୋତ୍ସବ ସମ୍ମନ୍ନୟ ସମିତି ତରଫରୁ ବିଶାଳ ଶୋଭାଯାତ୍ରା

ହନୁମାନ ଜନ୍ମୋତ୍ସବ ସମ୍ମନ୍ନୟ ସମିତି ତରଫରୁ ବିଶାଳ ଶୋଭାଯାତ୍ରା

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ହନୁମାନ ଜନ୍ମୋତ୍ସବ ସମ୍ମନ୍ନୟ ସମିତି ଏକ ବିଶାଳ ଝଣ୍ଡା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଜେପୁର ଜମିଦାର ପଡ଼ା ସିଂହଦ୍ବାର ଶ୍ରୀ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କଲାପରେ ଶୋଭାଯାତ୍ରା ବାହାରି ଥିଲା । ଦୁଲଦୁଲି ବାଦ୍ୟ, ଡିଜେ ତଥା ଘଣ୍ଟବାଦ୍ୟର ତାଳେତାଳେ ରାମଜୀ ମନ୍ଦିର, ଉପରପଡା, ମଧ୍ୟ ପଡ଼ା, ହଟୁଆ ପଡ଼ା, କଂସାରି ପଡ଼ାରୁ ଶ୍ରୀରାମ ନଗର ଛକ, ବଜରଙ୍ଗ ଛକ, ଭୋଇ ପଡ଼ା ଆଦି ପଡାମଧ୍ୟ ଦେଇ ନଗର ପରିକ୍ରମା କଲାପରେ ଶୋଭାଯାତ୍ରା ବସଷ୍ଟାଣ୍ଡକୁ ପହଞ୍ଚିଥିଲା । ପରେ ବସଷ୍ଟାଣ୍ଡ ଠାରେ ପ୍ରସାଦ ସେବନ ବଣ୍ଟନ କରାଯାଇଥିଲା । ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଭୁବନେଶ୍ବର ସାହୁଙ୍କ ଆବାହକତ୍ୱରେ ମାନ୍ୟବର ବିଜେପୁର ଜମିଦାର ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବସଷ୍ଟାଣ୍ଡ ଠାରେ ହିନ୍ଦୁ ଏକତା ନିମନ୍ତେ ଆମେ ସମସ୍ତେ ରାଷ୍ଟ୍ରଧର୍ମ ପାଳନ କରିବା ପାଇଁ ଅଭିଭାଷଣ ପ୍ରଦାନ କରାଯାଇଥିଲା । ପ୍ରତି ଗ୍ରାମ, ପଞ୍ଚାୟତ, ବ୍ଲକ ସ୍ତରରେ ହିନ୍ଦୁ ସଂଗଠନ ସମିତି ଗଠନ କରି ସତସଙ୍ଗ, ସେବା, ସଂସ୍କାର ମାଧ୍ୟମରେ ସମଗ୍ର ହିନ୍ଦୁ ସମାଜକୁ ଜାଗ୍ରତ କରିବା ପାଇଁ ସଂକଳ୍ପ ନେଇଥିଲେ । ସବୁ ହିନ୍ଦୁ ଏକ ହୁଅ… ଗର୍ବରେ କୁହ ମୁଁ ହିନ୍ଦୁ, ମୁଁ ସନାତନୀର ସ୍ୱର ସ୍ଲୋଗାନକୁ ପ୍ରତିଦିନ ଅଭ୍ୟାସରେ ପରିଣତ କରାଯିବା ନିମିତ୍ତ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଝଣ୍ଡା ଶୋଭାଯାତ୍ରାରେ ଓଡ଼ିଶା ଡ୍ରାଇଭର ମହାସଂଘ ବିଜେପୁର ଶାଖା ତଥା ବିଭିନ୍ନ ସଂଗଠନ, ବ୍ଲକର ପ୍ରତ୍ୟେକ ଗ୍ରାମରୁ ବୀର ବଜରଙ୍ଗ ବଳୀ ଭକ୍ତ ହଜାର ସଂଖ୍ୟାରେ ସାମିଲ ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଆଇ.ଆଇ.ସି ସୁଶାନ୍ତମଣି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ଥାନୀୟ ପୋଲିସ ଶାନ୍ତି ଶୃଙ୍ଖଳାରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top