

ଜର୍ଜ ହାଇସ୍କୁଲରେ ସମ୍ବଲପୁରୀ ଦିନ୍ ଓ ବନ ମହୋତ୍ସବ ପାଳିତ
ବରଗଡ଼ : ଐତିହ୍ୟ ସମ୍ପର୍ଣ୍ଣ ବରଗଡ଼ ଜିଲ୍ଲାର ସର୍ବପୁରାତନ ଜର୍ଜ ଉଚ୍ଚ ବିଦ୍ୟାଳୟରେ ମିଶନ ଲାଇଫ ଇକୋ କ୍ଲବ ତରଫରୁ ବନମହୋତ୍ସବ ଓ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଉଦ୍ୟାନ କୃଷି ଅଧିକାରୀ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିବା ବେଳେ ସୁନାମଧନ୍ୟ ସମ୍ବଲପୁରୀ ହାସ୍ୟ କବି ଶ୍ରୀଯୁକ୍ତ ସଜିଦାନନ୍ଦ ପଣ୍ଡା, ଏଚିଭର୍ ଫାଉଣ୍ଡେସନ ସଭାପତି ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଦିବାକର ମାଝି, ପ୍ରକୃତି ବନ୍ଧୁ ଶ୍ରୀମତୀ ସୁମତି ଖମାରୀ,ଅବସର ପ୍ରାପ୍ତ ନିଶାମଣି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଦିବ୍ୟକାନ୍ତୀ ଭୋଇ, ସମାଜସେବୀ ଶ୍ରୀମତୀ କନକ ପ୍ରଧାନ, ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଡୋଲାମଣି ଶତପଥୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ବୃକ୍ଷ ରୋପଣର ଆବଶ୍ୟକତା ଓ ମହନିୟତା ଉପରେ ଆଲୋକପାତ କରି ପିଲାମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ମୁଖ୍ୟ ଅତିଥି ଉଦ୍ୟାନ କୃଷି ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ଆମେ ବାସ କରୁଥିବା ସବୁଜ ଜୀବଜଗତର ସୁରକ୍ଷା ପାଇଁ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ହାସ୍ୟ କବି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପଣ୍ଡା ଏବଂ ଅନ୍ୟାନ୍ୟ ସମସ୍ତ ଅତିଥି ବୃକ୍ଷରୋପଣ ସହିତ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ବସ୍ତୁର ମାଧୁର୍ଯ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ହାସ୍ୟ କବି ଶ୍ରୀଯୁକ୍ତ ପଣ୍ଡା ଏକ ସମ୍ବଲପୁରୀ ହାସ୍ୟ କବିତା ଆବୃତ୍ତି ପୂର୍ବକ ସମସ୍ତଙ୍କର ମନୋରଞ୍ଜନ କରିଥିଲେ । ଏହା ପରେ ଇକୋ କ୍ଲବ ତରଫରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ୨୦ ଜଣ ଛାତ୍ର ନିଜ ନାମ ରେ ୨୦ ଗୋଟି ବୃକ୍ଷରୋପଣ କରି ତା’ର ଯନ୍ତ୍ର ନେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶଙ୍କ ପରିଚାଳନା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇକୋ କ୍ଲବର ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ପ୍ରଧାନ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସଞ୍ଜୁ ବାଳା ପୃଷ୍ଟି, ସାଧନା ସାହୁ, ମମତା ବିଶି, ସୁରେଖା ସାହୁ, ଜ୍ୟୋତି ଦାଶ, ମାନସ ରଞ୍ଜନ ଜାଲ, ହରିଣ ପାତ୍ର ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଗଣ ସକ୍ରୀୟ ସହଯୋଗ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ !


