ବରଗଡ଼ : ଗନ୍ଧମାର୍ଦ୍ଦନସୁରକ୍ଷା ଆନ୍ଦୋଳନ କୁ ସୁଦୃଢ କରିବା ଉଦେଶ୍ୟରେ ବରଗଡ ଜିଲ୍ଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଅଭିଯାନ ପକ୍ଷରୁ ନୃସିଂହନାଥ ଓ ଖପ୍ରାଖୋଲ ରେ ଆନ୍ଦୋଳନକୁ ସମର୍ଥନ ଜଣା ଯାଇଥିଲା। ରବିବାର ସକାଳୁ ଏହି ଅଭିଯାନ ର ସଦସ୍ୟ ମାନେ ପ୍ରଥମେ ନୃସିଂହ ନାଥ ପହଂଚି ପୂଜା ଅର୍ଚନା କରି ଥିଲେ ପରେ ଯୁବ ପରିଷଦର ଏକ ସଂକଳ୍ପ ସମାବେଶ ରେ ସମର୍ଥନ ଜଣାଇଥିଲେ। ଗନ୍ଧମାର୍ଦନ ର ଅନ୍ୟ ପଟେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ରେ ଚାଲିଥିବା ଗଣ ଧାରଣା କୁ ମଧ୍ୟ୍ୟ ସୁରକ୍ଷା ଅଭିଯାନ ର ସଦସ୍ୟ ମାନେ ପହଂଚି ପୂର୍ଣ୍ଣ ସମର୍ଥନ ଜଣାଇ ଥିଲେ। ଏହି କାର୍ଯ୍ୟ କ୍ରମ ରେ ଭୀଷ୍ମଦେବ ସରାଫ, କିଶୋର ସାହୁ, ରମେଶ ମହାପାତ୍ର, ଭବାନୀ ସାହୁ, ରାଜେନ୍ଦ୍ର ସିକନ୍ଦର, ବିମଲ ଦାଶ, ରମେଶ ପତି, ବିରେନ ପ୍ରଧାନ, ବିଶ୍ୱଜିତ ବିଶ୍ଵାଳ, ସୁବାଷ ପ୍ରଧାନ, ସାରଥୀ ମେହେର, ଶିବାନନ୍ଦ ମଟାରୀ, ମୁକୁନ୍ଦ ଦାଶ, ସରୋଜ ନାଏକ, ଶୟନ ପଣ୍ଡା, ଦାଉଲାଲ ସମେନ, ଅବଦୁଲ ଫିରୋଜ, ଶ୍ରବଣ ଶର୍ମା, ସୁଶାନ୍ତ ସାହୁ, ସୁରଥ ସାହୁ, ଅଜିତ ଶତପଥି ଓ ଅନ୍ୟମାନେ ଉପସ୍ଥିତ ଥିଲେ |
Gandhamardhan Surakhya Abhijan



