Electric Scooty-Fire: ବ୍ୟାଟେରି ସ୍କୁଟିରେ ଲାଗିଲା ନିଆଁ

କଟକ : ଚଳନ୍ତା ବ୍ୟାଟେରି ସ୍କୁଟିରେ ଲାଗିଗଲା ନିଆଁ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ଲିଗଲେ ଗାଡ଼ି ଚାଳକ । ଏପରି ଘଟଣା ଘଟିଛି କଟକ ତ୍ରିଶୁଳିଆ ପୋଲ ଉପରେ। ଆଜି ସକାଳେ ବ୍ୟକ୍ତି ଜଣଙ୍କ ତ୍ରିଶୁଳିଆରୁ କଟକ ଅଭିମୁଖେ ଆସୁଥିଲେ । ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା। ଚାଳକ ଏହା ଜାଣିପାରି ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ପରେ ରାସ୍ତାରେ ଉପରେ ବ୍ୟାଟେରି ସ୍କୁଟିକୁ ହୁତୁ ହୁତୁ ହୋଇ ଜଳିଯାଇଥିଲା । ଚାଳକ ଜଣଙ୍କ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛ ରିଛି। ତେବେ ସ୍କୁଟିରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁରେ ଗାଡ଼ିଟି ପୋଡ଼ି ପାଡ଼ି ପାଉଁଶ ହୋଇଯାଇଛି।

Leave a Comment

Your email address will not be published. Required fields are marked *

Scroll to Top