ଦୁନିଆଁରେ ଆଉ ନାହାଁନ୍ତି ହାବିଳ

ଦୁନିଆଁରେ ଆଉ ନାହାଁନ୍ତି ହାବିଳ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଚାରପାଲି ଗ୍ରାମର ହାବିଳ ମହାନନ୍ଦ ଦୁନିଆଁରେ ଆଉ ନାହାଁନ୍ତି । ରବିବାର ରାତ୍ରୀ ସମୟରେ ତାଙ୍କର ହେହାନ୍ତ ହୋଇଥିବା ବେଳେ ତା.୨୩.୦୨.୨୦୨୬ ସୋମବାର ଦିନ ସକାଳ ସମୟରେ ପିତୃ ଅର୍ଜିତ ଜମିରେ ତାଙ୍କ ଶବଦାହ କରାଯାଇଥିଲା । ଲୋକଙ୍କ ସହିତ ଭଲମନ୍ଦ ସୁଖଦୁଖ କଥାବାର୍ତ୍ତା ସହିତ ଭାବର ଆଦାନ ପ୍ରଦାନରେ ଲୋକଙ୍କ ଭଳପାଇବା ସାଉଁଟିଥିଲେ । ହାବିଳ ମହାନନ୍ଦଙ୍କ ସପରିବାର ବନ୍ଧୁ, ପଡୋଶୀ, ଆତ୍ମିୟ ସ୍ବଜନ ଶେଷ ଦର୍ଶନ କରିଥିଲେ । ଏହି ପରୋପକାରୀ ବ୍ୟକ୍ତି ସ୍ତ୍ରୀ, ପାଞ୍ଚପୁଅ, ଦୁଇ ବଡୁପୁଅ, ପାଞ୍ଚ ବୋହୂ, ତିନି ଝିଅ, ଜ୍ବାଇଁ, ୧୨ ନାତି ନାତୁଣୀ, ଝିଅର ୪ ନାତିଙ୍କୁ ଛାଡି ଚାଲିଯାଇଛନ୍ତି । ପରିବାର ସମେତ ବନ୍ଧୁ, ପଡୋଶୀ, ଆତ୍ମୀୟ ସ୍ବଜନ ଶେଷ ଦର୍ଶନ କରିଥିଲେ । ଶବଘାଟରେ କେଶବ, ଦୁର୍ଯ୍ୟୋଧନ, ଗୌତମ, ମେଘନାଦ, ପାଣ୍ଡବ, ହେମନ୍ତ, ସାମନ୍ତ ସାତ ପୁଅ, ଦୁଇ ନାତି ଟିଙ୍କୁ ଓ ଦୀପକ ସାଙ୍ଗରେ ଥାଇ ଜ୍ୟେଷ୍ଠ ପୁଅ କେଶବ ମହାନନ୍ଦ ମୁଖାଗ୍ନି ଦେଇଥିଲେ । ଏବେ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a Comment

Your email address will not be published. Required fields are marked *

Scroll to Top