ଦୁନିଆଁରେ ଆଉ ନାହାଁନ୍ତି ଗୌରହରି ନନ୍ଦ

ଦୁନିଆଁରେ ଆଉ ନାହାଁନ୍ତି ଗୌରହରି ନନ୍ଦ

ବିଜେପୁର : ବିଜେପୁର ବ୍ଲକ ପହଣ୍ଡି ଗ୍ରାମର ହରିହର ନନ୍ଦ ଦୁନିଆଁରେ ଆଉ ନାହାଁନ୍ତି । ତା.୨୮/୧୨/୨୦୨୫ ରବିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ୮୫ ତାଙ୍କ ପରଲୋକ ଘଟିଛି । ଜୀବନରେ ମେଲେରିଆ ଓ୍ବାର୍କର୍ ଭାବେ କାମ ଆରମ୍ଭ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ପରେ ପହଣ୍ଡି ଜଗନ୍ନାଥ ମନ୍ଦିରରେ ପୂଜକ ଭାବେ ଦୀର୍ଘ ଦିନ କାମ କରିବା ସହିତ ମନ୍ଦିର ବିକାଶରେ କାମ କରି ଲୋକଙ୍କ ଭଳପାଇବା ସାଉଁଟିଥିଲେ । ଏହି ପରୋପକାରୀ ବ୍ୟକ୍ତିଙ୍କ ପୁଅ, ବୋହୂ, ଦୁଇ ଝିଅ, ଜାଇଁ ନାତି ନାତୁଣୀଙ୍କ ସମେତ ବନ୍ଧୁ, ପଡୋଶୀ, ଆତ୍ମୀୟ ସ୍ବଜନ ଶେଷ ଦର୍ଶନ କରିଥିଲେ । ପୁଅ ଭାଗିରଥି ନନ୍ଦ ମୁଖାଗ୍ନି ଦେଇଥିଲେ । ଏବେ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a Comment

Your email address will not be published. Required fields are marked *

Scroll to Top