ଦୁଇଟି ଫୁଲମାଳରେ ସାତଯୋଡ଼ିଙ୍କ ବିବାହ ବନ୍ଧନ

ଆଦର୍ଶ ଗଣବିବାହ କାର୍ଯ୍ୟକ୍ରମ

ବରଗଡ଼ : ବିବାହରେ ନ ଥିଲା ଯାନିଯୌତୁକ । କେବଳ ୨ଟି ଫୁଲମାଳ ବିନିମୟରେ ଆଜୀବନ ସାଥୀ ହେବା ଭଳି ୭ଯୋଡି ବରକନ୍ୟାଙ୍କ ନିଆରା ଓ ଆଦର୍ଶ ଗଣବିବାହ କାର୍ଯ୍ୟକ୍ରମ ବରଗଡ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାତ୍ମା ଜ୍ୟୋତିବାରାଓ ଫୁଲେଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଚେୟାରମେନ ଗୁଣମଣୀ ସୁନାନୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଡ଼.ଶିଶିର କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନ, କୃଷି ଅଧିକାରୀ ଅମୀୟ ସାହୁ, ପୌର ପରିଷଦ ଅଧକ୍ଷା କଳ୍ପନା ମାଝୀ, ଫାର୍ମାସି କଲେଜ ବରପାଲି ଚେୟାରମେନ ନରେନ୍ଦ୍ର ହୋତା, ସମ୍ପାଦକ ଉର୍କୁଲୁ ତାଣ୍ଡି, ବରିଷ୍ଠ ସଦସ୍ୟ ପରମେଶ୍ୱର ଲୁହା ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବେ ଆଇନଜୀବୀ ଅଜିତ ଶତପଥି ଉପସ୍ଥିତ ଥିବା ବେଳେ ଏହି ଆଦର୍ଶ ଗଣ ବିବାହର କନ୍ୟାପକ୍ଷ ମାତାପିତା ଭାବେ ସମାଜ ସେବୀ ହରଦୀପ ସିଂ ଓ କୁଲଦୀପ କୌର ଏବଂ ବରପକ୍ଷ ମାତାପିତା ଭାବେ ଡ଼ା.ଶ୍ରୀହରି ନାଗ ଓ ସଂଯୁକ୍ତା ନାଗ ଦାୟିତ୍ୱ ତୁଳାଇଥିଲେ । ସାମ୍ବିଧାନିକ ରୀତିରେ ଅନୁଷ୍ଠିତ ଉକ୍ତ ବିବାହ କାର୍ଯ୍ୟକ୍ରମରେ ସଂସ୍ଥାପକ ପବିତ୍ର ଦେହେରୀଙ୍କ ସମେତ ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ, ସମ୍ବିଧାନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ବରଗଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ସଦସ୍ୟମାନେ ଉପସ୍ଥିତ ରହି ନବଦମ୍ପତିଙ୍କୁ ସୁଖମୟ ଦାମ୍ପତ୍ୟ ଜୀବନ ନିମିତ୍ତ ଆଶିିର୍ବାଦ ପ୍ରଦାନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top