ଦୁଇ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଦୁଇ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ବିଜେପୁର : ଅଦ୍ୟ ୩୦ ଜୁନ ୨୦୨୫ ଦିନ ବରଗଡ ଜିଲ୍ଲା ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପହଣ୍ଡି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଗୟାଧର ପଟେଲ ଏବଂ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ପୁରୋହିତଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦ୍ୟାଳୟ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟୀ, ପହଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନବୀନ ମହାନନ୍ଦ, ସମିତି ସଭ୍ୟ ଶ୍ରୀଯୁକ୍ତ ଶୋଭାକର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୌମିତ୍ରୀ ବାରିକ ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରିଚାଳନା କମିଟୀ ସଭାପତି, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା କମିଟୀ ସଭାପତି ଶ୍ରୀଯୁକ୍ତ ନିମାଇଁ ଚରଣ ସାହୁ ବିଦ୍ୟାଳୟର ଦୀର୍ଘ ଚାଳିଶ ବର୍ଷର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । କମିଟୀର ଅନ୍ୟତମ ସଦସ୍ୟ ତଥା ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ବିଦାୟୀ ଶିକ୍ଷକମାନଙ୍କ ସଫଳତାକୁ ବର୍ଣ୍ଣନା କରିବା ସହିତ ଉଭୟଙ୍କୁ ଅନ୍ତତଃ ସପ୍ତାହରେ ଥରେ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ନିମିତ୍ତ ଅନୁରୋଧ ପୂର୍ବକ ତାଙ୍କର ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ । ବିଦାୟୀ ଶିକ୍ଷକଦ୍ବୟଙ୍କୁ ଛାତ୍ରଛାତ୍ରୀଙ୍କ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ବିଦାୟୀ ଶିକ୍ଷକ ସମ୍ବର୍ଦ୍ଧନାର ଉତ୍ତରରେ ଉଭୟେ ବିଦ୍ୟାଳୟରେ କଟାଇଥିବା ଅଭୁଲା ମୁହୂର୍ତ୍ତ ସହ ମନେଥିବା କେତେକ ସମୟର ସ୍ମୃତିଚାରଣ
ପୂର୍ବକ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ସଭାପତି ତାଙ୍କ ଅଭିଭାଷଣରେ ପ୍ରଧାନ ଶିକ୍ଷକ ଓ ଉଭୟ ଶିକ୍ଷକଙ୍କ ପାରଦର୍ଶିତା ଉପସ୍ଥାପନ କରିଥିଲେ । ସହକାରୀ ଶିକ୍ଷକ ନିର୍ମଳ ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଦଶମ ଶ୍ରେଣୀର ଛାତ୍ରୀମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ଗାୟନ କରିଥିଲେ । ଶେଷରେ ବିଦ୍ୟାଳୟର କର୍ମଚାରୀ ନିରଞ୍ଜନ ରଣା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top