

ବିଜେତା ଖାରମୁଣ୍ଡା ଓ ଉପ-ବିଜେତା ବରପାଲି ଦଳ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଅମ୍ବେଦକର କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଅଭିଯୋଗ ସମାଧାନ ଜିଲ୍ଲା ପରିଷଦ ଅଧିକାରୀ ତରଣୀ ସୁନା (ଓଏଏସ୍) ଓ ସମ୍ମାନୀତ ଅତିଥି ଭାବେ ଓ୍ବେଲଫେଆର ଅଫିସରେ କାର୍ଯ୍ୟରତ ଦୀପକ ବାଗ, ଓକିଲ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଇକ, ଏମବିଏମଏମ ରାଜ୍ୟ ଉପ-ସଭାପତି ବିକ୍ରମ କୁମାର ଛତର, ପ୍ରାକ୍ତନ ୟୁକୋ ବ୍ୟାଙ୍କର ବରିଷ୍ଠ ପରିଚାଳକ ଗୁରୁ ଚରଣ ହରପାଲ, ପହଣ୍ଡି ସରପଞ୍ଚ ନବୀନ ମହାନନ୍ଦ, ଟି.ଗଣ୍ଡପାଲି ସରପଞ୍ଚ ଦିଲ୍ଲିପ ଦୀପ, ପ୍ରଫୁଲ୍ଳ ଭୋଇ, ଏମବିକେ ପଙ୍କଜିନୀ ଦନ୍ତା, ବ୍ୟାଙ୍କ ମିତ୍ର ରଶ୍ମିତା ନାଗ ଆଦି ଅତିଥିଗଣ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆଠ ଗୋଟି ଦଳ ମଧ୍ୟରେ ହୋଇଥିବା ଖେଳ ପ୍ରତିଯୋଗିତାରେ ଖରମୁଣ୍ଡା ଓ ବରପାଲି ଫୁଟବଲ ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ଟ୍ରାଇବ୍ରେକର୍ ଜରିଆରେ ୪-୩ ଗୋଲ ରେ ବିଜେତା ଭାବେ ଖରମୁଣ୍ଡା ଓ ଉପ- ବିଜେତା ଭାବେ ବରପାଲି ଦଳ ଟ୍ରଫି ସହିତ ପୁରଷ୍କୃତ ହୋଇଥିଲେ । ଉଦଘୋଷକ ଭାବେ ପୁରନ୍ଦର ଛଚାନ ଦାୟିତ୍ବ ତୁଳାଇଥିବା ବେଳେ ବିଭିନ୍ନ ଫୁଟବଲ ଖେଳ ବିଶେଷଜ୍ଞ ଖେଳ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଆଥେଲେଟିକ୍ ଆସୋସିଏସନ୍ ସଭାପତି ଅଙ୍ଗଦ ବାଗ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅମ୍ବେଦକର କ୍ଲବର ସଭାପତି ଗୁରୁଚରଣ ସୁନାଙ୍କ ତତ୍ତ୍ବାବଧାନରେ ସମସ୍ତ ସଦସ୍ୟ ଓ ଯୁବବର୍ଗ ସହଯୋଗ କରିଥିଲେ ।





