ଡ.ଗୁଣମଣି ସୁନାନୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଡ.ଗୁଣମଣି ସୁନାନୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର : ଡକ୍ଟର ବି.ଆର. ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ ଏବଂ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ ସମ୍ବଲପୁରର ମିଳିତ ଆନୁକୁଲ୍ୟରେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଭୂଅର୍ଜନ ଅଧିକାରୀ (ଓଏଏସ-୧) ଲୋଅର ସୁକତେଲ ଡ.ଗୁଣମଣି ସୁନାନୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ ଜାନୁଆରୀ ୩୧ ତାରିଖ ଅବସର ଗ୍ରହଣ କରିଥିବା ଡ.ସୁନାନୀ ଜଣେ ଦକ୍ଷ ନିରପେକ୍ଷ ଏବଂ ନିଷ୍ଠାପର ପ୍ରଶାସନିକ ହେବା ସହିତ ବି.ଆର ଆମ୍ବେଦକର ଚେରିଟେବୁଲ ଟ୍ରଷ୍ଟ ବରଗଡ଼ର ଅଧ୍ୟକ୍ଷ ଭାବେ ଦୀର୍ଘ ବର୍ଷରୁ ଏପ୍ରିଲ ୧୪ ଆମ୍ବେଦକର ଜୟନ୍ତୀ ଦିନ ଆର୍ଥିକ ଅନଗ୍ରସର ବରକନ୍ୟାଙ୍କ ଜାତି ଜାତକ ଯୌତୁକଶୂନ୍ୟ ବିବାହ କରାଇ ଆସୁଛନ୍ତି । ଏତଦ୍ ବ୍ୟତୀତ ସେ ଦଳିତ ସମାଜର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସୋସିଆଲ ଇକୋନୋମିକ୍ ଏଣ୍ଡ ଏଜୁକେସନାଲ ଡେଭେଲପମେଣ୍ଟ (ସିଡ୍‌)ର ସଭାପତି ତଥା ମହାତ୍ମା ଜ୍ୟୋତିରାଓ ଫୁଲେ ଏଜୁକେସନ ପ୍ରମୋସନ ସୋସାଇଟିର ଆବାହକ ଭାବରେ କାର୍ଯ୍ଯ କରି ଆର୍ଥିକ ସହାୟତା ପ୍ରଦାନ କରିଆସୁଛନ୍ତି । ଫେଡରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟୀୟ ବୌଦ୍ଧ ମହାସଭା(ଓଡ଼ିଶା)ର ସଭାପତି ଜଗଦୀଶ ବୌଦ୍ଧ, ମହିଳା ସଂଘର ସଭାପତି ଅନୁପମା ନାଗ, ବରିଷ୍ଠ ଆମ୍ବେଦକରବାଦୀ ପ୍ରୀତି ପ୍ରଧାନ, ଉପଦେଷ୍ଟା ଇଂ ବୀରେନ୍ଦ୍ର ଜଗତ, କାର୍ଯ୍ୟକାରୀ ସଭାପତି ବରୁଣ ସୁନା, ଶ୍ରୀମତି ଚୂଳକାନ୍ତି ତାଜନ ସମେତ ସୁନାନୀ ଦମ୍ପତି ମଞ୍ଚାସୀନ ଥିଲେ। ଉଭୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଫେଡରେସନର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ବାଗତ ବକ୍ତବ୍ୟ ଏବଂ ମହିଳା ସଂଘର ଉପ-ସଭାପତି ରଞ୍ଜୁ ଭୋସାଗର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯଦୁନାଥ ସୁନା, ରାଜେଶ କୁମ୍ଭାର, ବରୁଣ ସିଂ, ଅନୀଲ ନାଏକ, କୈଳାଶ ଲୁହା, ପଞ୍ଚମ ତାଣ୍ଡି, ମଞ୍ଜୁ ଶିଖା, ସୁନୀତା ନାଗ, ପ୍ରତିଭା ନାଗ, ସୌକୁନି ଠାକୁର, ଟିକେଲାଲ କୁମ୍ଭାର ପ୍ରମୁଖ ଡ. ସୁନାନୀଙ୍କ ପରୋପକାରୀତା, ବଦାନ୍ୟତା ଏବଂ ମାନବୀୟ ଗୁଣର ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ଏହାକୁ ଜାରି ରଖିବାର ଆଶା ପୋଷଣ କରିବା ସହିତ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ପରିଶେଷରେ ଧୀମତି ଚୂଳକାନ୍ତି ତାଜନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top