ଡ.ଦିନେଶ ଅଗ୍ରଓ୍ବାଲାଙ୍କ କବିତା ସଂକଳନ ‘ନୀଳ ଅଭିମାନ’ ଲୋକାର୍ପିତ

ଡ.ଦିନେଶ ଅଗ୍ରଓ୍ବାଲାଙ୍କ କବିତା ସଂକଳନ ‘ନୀଳ ଅଭିମାନ’ ଲୋକାର୍ପିତ

ବିଜେପୁର/ବରଗଡ : ବରଗଡ ଜିଲ୍ଲା.ବିଜେପୁର ମହାବିଦ୍ୟାଳୟରେ ତା.୦୨.୦୧.୨୦୨୫ ଦିନ ଅଧ୍ୟାପକ ଡ.ଦିନେଶ ଅଗ୍ରଓ୍ବାଲାଙ୍କ କବିତା ସଂକଳନ ପୁସ୍ତକ “ନୀଳ ଅଭିମାନ” ଅଧ୍ୟକ୍ଷ ଶୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟି କଟକ ପ୍ରଗତି ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିବା ବେଳେ ଜଣେ କବି ଲେଖାଟିଏ ପାଇଁ ରାତି ରାତି ଅନିଦ୍ରା ରହି ଗର୍ଭଯନ୍ତ୍ରଣା ଠାରୁ ଆହୁରି କଷ୍ଟ ପାଇ କବିତା ରଚନା କରେ । ତେଣୁ ଜଣେ କବି ପାଇଁ ପୁସ୍ତକ ଲୋକାର୍ପଣ ଏକ ଉତ୍ସବ ଅଟେ । କବି ପାଇଁ ଏହାଠାରୁ ଆଉ ଖୁସିର କଥା ଥାଇ ନପାରେ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ସଭାରେ ମତବ୍ୟକ୍ତ କରିଥିଲେ । ଆଲୋଚକ ଭାବେ ଓଡ଼ିଆ ଅଧ୍ୟାପକ ଡ.ଚିନ୍ମୟ ସାହୁ ଉପସ୍ଥିତ ରହି ବହୁମୂଲ୍ୟ ମତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଯୋଗେଶଚନ୍ଦ୍ର ଭୋଇ, ପ୍ରାଧ୍ୟାପକ ମହେନ୍ଦ୍ର ପଧାନ, ଅଧ୍ୟାପକ ଅମୂଲ୍ୟନିଧି ପଧାନ, ଡ.ଅକ୍ଷୟ କୁମାର ସାହୁ, ଅଧ୍ୟାପକ ପଦ୍ମଲୋଚନ ଷାଣ୍ଢ, ଶାରରୀକ ଶିକ୍ଷା ଶିକ୍ଷକ ସାନନ୍ଦ ସେଠ୍, ଅଧ୍ୟାପକ ଶାନ୍ତନୁ କୁମାର ସାହୁ, ଅଧ୍ୟାପକ ରମେଶ ସାହୁ, ଅଧ୍ୟାପିକା ମାନସୀ ମହାରଣା, ଝରଣା ମହାକୁର, ପ୍ରତୀକ୍ଷା ସେଠ୍ ପ୍ରତିଭାରାନୀ ରଥ, ଲିପ୍ସା ମହାପାତ୍ର, ସନ୍ତୋଷିନୀ ପଧାନ, ମଣ୍ଟି ବିଶି, ପୂଜା ପଧାନ, ଅନିମା କର୍ମୀ, ସ୍ବାଗତିକା ଗଡ଼ତିଆ ଉପସ୍ଥିତ ରହି ଆହୁରି ଲେଖିବା ପାଇଁ ଡ.ଅଗ୍ରଓ୍ବାଲାଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଓଡ଼ିଆ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top